Categories: ଖେଳ

ଭାରତର କାଶା, ନୋଆଙ୍କ ନୂଆ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ, ୨୭ା୬ (ପି.ଟି.): କିରଗିଜସ୍ତାନରେ ଅନୁଷ୍ଠିତ ବିଶ୍ୱ ପାଓ୍ବାର ଲିଫ୍ଟିଂ ଚାମ୍ପିୟନଶିପ୍‌ରେ ଭାରତର କାଶା ନିଆ ସଚଦେବ ଓ ନୋଆ ସାରା ଇଆପେନ୍‌ ବିଶ୍ୱ ରେକର୍ଡ ଭଙ୍ଗ କରିଛନ୍ତି। ୧୫ ବର୍ଷୀୟା କାଶା ଟିନ୍‌-୧ ୭୫କେଜିରୁ କମ୍‌ କାଟେଗୋରିରେ ବିଶ୍ୱ ରେକର୍ଡ କରିଛନ୍ତି। ସେ ଫୁଲ୍‌ ପାଓ୍ବାର ଲିଫ୍ଟିଂ ଇଭେଣ୍ଟରେ ୧୯୮.୫ କେଜି (ସ୍କ୍ବାଟ-୮୦କେଜି, ବେଞ୍ଚ-୩୩.୫ କେଜି ଓ ଡେଡ୍‌ ଲିଫ୍ଟ-୮୫କେଜି) ଉତ୍ତୋଳନ କରିଥିଲେ। ୧୩ ବର୍ଷୀୟ ନୋଆ ଟିନ୍‌-୧ ମହିଳା ୬୦ କେଜିରୁ କମ୍‌ ଓଜନ ବର୍ଗରେ ସ୍ବର୍ଣ୍ଣ ସହ ବିଶ୍ୱ ରେକର୍ଡ କରିଛନ୍ତି। ଫୁଲ୍‌ ପାଓ୍ବାର ଲିଫ୍ଟିଂ ଇଭେଣ୍ଟରେ ସେ ୨୦୧ କେଜି (ସ୍କ୍ବାଟ-୭୦କେଜି, ବେଞ୍ଚ୍‌-୪୧.୫ କେଜି ଓ ଡେଡ୍‌ଲିଫ୍ଟ -୯୮.୫ କେଜି) ଉତ୍ତୋଳନ କରିଥିଲେ।

Share