Categories: ଜାତୀୟ

ନାଇଜେରିଆରେ ଟୁଇଟରର ଜାଗା ନେବ ‘କୁ’

ନୂଆଦିଲ୍ଲୀ,୫।୬: ଆଫ୍ରିକୀୟ ଦେଶ ନାଇଜେରିଆ ଶୁକ୍ରବାର ଟୁଇଟରକୁ ବନ୍ଦ କରିଦେବା ପରେ ଭାରତୀୟ ସୋସିଆଲ ନେଟ୍‌ଓ୍ବର୍କିଂ କମ୍ପାନୀ ‘କୁ’ ଏବେ ସେଠାରେ ପ୍ରବେଶ ଲାଗି ବିଚାର କରୁଛି। ନିୟମ ଉଲ୍ଲଂଘନ ନେଇ ଟୁଇଟର କମ୍ପାନୀ ନାଇଜେରିଆ ରାଷ୍ଟ୍ରପତି ମୁହମ୍ମଦୁ ବୁହାରିଙ୍କ ଆକାଉଣ୍ଟକୁ ହଟାଇ ଦେବା ପରେ ନାଇଜେରିଆ ସରକାର ଟୁଇଟରକୁ ବନ୍ଦ କରି ଦେଇଥିଲେ। ଏଭଳି ସ୍ଥିତିରେ ନାଇଜେରିଆରେ @kooindia ଉପଲବ୍ଧ ହେବ। ଏହାକୁ ସ୍ଥାନୀୟ ଭାଷାରେ ସମର୍ଥ କରାଇବା ପାଇଁ ଚିନ୍ତା କରାଯାଉଥିବା କମ୍ପାନୀର ସହ ପ୍ରତିଷ୍ଠାତା ଅପ୍ରମେୟ ରାଧାକ୍ରିଷ୍ଣ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Share