୧୭ ଦେଶରେ ଭାରତର ମ୍ୟୁଟାଣ୍ଟ

ଓ୍ବାଶିଂଟନ, ୨୯।୪(ଆଇଏଏନ୍‌ଏସ୍‌): ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଡବଲ ମ୍ୟୁଟାଣ୍ଟ କୋଭିଡ୍‌ ଭୂତାଣୁ ବି୧୬୧୭ ଅନୂ୍ୟନ ୧୭ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି। ଏପ୍ରିଲ ୨୭ ସୁଦ୍ଧା ବି୧୬୧୭ ଭାରିଆଣ୍ଟ ୧,୨୦୦ରୁ ଊର୍ଦ୍ଧ୍ୱ ସିକ୍ୱେନ୍ସରେ ଚିହ୍ନଟ ହୋଇଛି। ଅଧିକାଂଶ ସିକ୍ୱେନ୍ସ ଭାରତ, ବ୍ରିଟେନ, ଆମେରିକା ଓ ସିଙ୍ଗାପୁରରୁ ଜିଆଇଏସ୍‌ଏଆଇଡ୍‌ (ଗ୍ଲୋବାଲ ଇନିସିଏଟିଭ୍‌ ହନ୍‌ ଶେୟାରିଂ ଆଭିଏଶନ ଇନ୍‌ଫ୍‌ଲୁଏଞ୍ଜା ଡାଟା) ଡାଟାବେସ୍‌ରେ ଅପଲୋଡ୍‌ ହୋଇଛି।
ନୂଆ କୋଭିଡ୍‌ ମାମଲା କ୍ରମାଗତ ଭାବେ ୯ ସପ୍ତାହ ହେଲା ବଢ଼ିଚାଲିଛି। ଗତ ସପ୍ତାହରେ ପାଖାପାଖି ୫୭ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ସେଥିରୁ ଭାରତରେ ୩୮ ପ୍ରତିଶତ। ବି୧୬୧୭ ଭାରିଆଣ୍ଟ ଭାରତରେ ପ୍ରଥମେ ଗତବର୍ଷ ଡିସେମ୍ବର ୧ରେ ଚିହ୍ନଟ ହୋଇଥିଲା। ଏଥିରେ ଦୁଇଟି ଭାରିଆଣ୍ଟ ଇ୪୮୪କ୍ୟୁ ଏବଂ ଏଲ୍‌୪୫୨ଆର୍‌ର ମ୍ୟୁଟେଶନ ରହିଛି।

Share