Categories: ବାଣିଜ୍ୟ

ରୁଷିଆରୁ କମୁଛି ଭାରତର ତୈଳ ଆମଦାନୀ

ନୂଆଦିଲ୍ଲୀ,୪।୯ (ଅଭୟ ଦାଶ): ସାରା ବିଶ୍ୱରେ ଭାରତ ୩ ସର୍ବବୃହତ୍‌ ତୈଳ ଆମଦାନୀ ଦେଶ ଭାବେ ପରିଗଣିତ ହେଉଥିବାବେଳେ ଗତ କିଛି ମାସ ହେବ ଭାରତ ରୁଷିଆରୁ ତୈଳ ଆମଦାନୀ କମାଇଥିବା ଜଣାପଡିଛି। ଏପରିକି ଶସ୍ତା ଦରରେ ରୁଷିଆରୁ ଭାରତ ତୈଳ ଆମଦାନୀ କରୁଥିଲାବେଳେ ୨୦୨୩ ଅଗଷ୍ଟରେ ଏହାର ପରିମାଣ ୭ ମାସର ସର୍ବନିମ୍ନସ୍ତରରେ ପହଞ୍ଚତ୍ଛି ବୋଲି କୁହାଯାଉଛି।

ବିଶେଷକରି ମୌସୁମୀ ବର୍ଷା ଯୋଗୁ ଦେଶରେ ତୈଳ ଚାହିଦା ହ୍ରାସ କାରଣରୁ ୨୦୨୩ ଅଗଷ୍ଟରେ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ହୋଇଥିଲା ବୋଲି ଭାରତୀୟ ତୈଳକମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି, ତେବେ ଅଗଷ୍ଟରେ ଆମଦାନୀ ହୋଇଥିବା ତୈଳ ପରିମାଣ ବିଗତ ୭ ମାସର ସର୍ବନିମ୍ନ ସ୍ତରକୁ ପହଞ୍ଚତ୍ ଯାଇଥିବା ଭର୍ଟେକ୍ସ ତଥ୍ୟରୁ ଜଣାପଡିଛି। ଅପରପକ୍ଷରେ ରୁଷିଆରୁ ତୈଳ ଆମଦାନୀ ଲଗାତର ତୃତୀୟ ମାସ ଲାଗି ହ୍ରାସ ହୋଇଛି। ଏପରିକି ଭର୍ଟେକ୍ସ ତଥ୍ୟ ଅନୁସାରେ ୨୦୨୩ ଅଗଷ୍ଟରେ ରୁଷିଆରୁ ଭାରତ ଦୈନିକ ୧.୪୬ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ କିଣିଥିବାବେଳେ ଜୁଲାଇରେ ଏହି ପରିମାଣ ଦୈନିକ ୧.୯୧ ମିଲିୟନ ବ୍ୟାରେଲ ଥିଲା।

ଏହାଛଡା ଭାରତୀୟ ରିଫାଇନାରୀ କମ୍ପାନୀମାନେ ବିଶ୍ୱର ଅନ୍ୟତମ ତୈଳ ଯୋଗାଣକାରୀ ଦେଶ ଇରାକରୁ ମଧ୍ୟ ତୈଳ ଆମଦାନୀ ହ୍ରାସ କରିଛନ୍ତି। ଇରାକରୁ ଭାରତ ଦୈନିକ ୮,୯୧,୦୦୦ ବ୍ୟାରେଲ ତୈଳ ଆମଦାନୀ କରୁଥିବାବେଳେ ବର୍ତ୍ତମାନ ତାହା ୮,୬୬,୦୦୦ ବ୍ୟାରେଲରେ ପହଞ୍ଚତ୍ଛି। ସେହିଭଳି ଏହି ଅବଧି ମଧ୍ୟରେ ସାଉଦିଆରବରୁ ଭାରତ ୨୦୨୩ ଜୁଲାଇରେ ଦୈନିକ ଆମଦାନୀ ୪,୮୪,୦୦୦ ବ୍ୟାରେଲରୁ ୮,୨୦,୦୦୦ ବ୍ୟାରେଲକୁ ବଢାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୨ ଫେବୃୟାରୀରେ ଉଭୟ ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିଲା। ସେହି ସମୟରୁ ଭାରତର ରୁଷିଆରୁ ତୈଳ ଆମଦାନୀ ୧%ରୁ ମଧ୍ୟ କମ୍‌ ଥିଲା। ଯେତେବେଳେ ରୁଷିଆ ରିହାତି ଦରରେ ଭାରତକୁ ତୈଳ ଦେବା ପାଇଁ ସହମତି ପ୍ରକାଶ କରିଥିଲା ସେବେଠାରୁ ଭାରତୀୟ ରିଫାଇନାରୀ କମ୍ପାନୀମାନେ ରୁଷିଆରୁ ତୈଳ ଆମଦାନୀ ଆରମ୍ଭ କରିଥିଲେ।

 

Share