Categories: ଜାତୀୟ

ଭାରତର ସବୁଠାରୁ ବୟସ୍କ ହାତୀ ବିଜୁଳି ପ୍ରସାଦର ମୃତ୍ୟୁ

ଗୌହାଟୀ,୨୨।୮: ଆସାମର ଚା ବଗିଚାରେ ସୋମବାର ଭାରତର ସବୁଠାରୁ ବୟସ୍କ ହାତୀ ବିଜୁଳି ପ୍ରସାଦର ମୃତ୍ୟୁ ଘଟିଛି। ତାକୁ ୮୯ ବର୍ଷ ହୋଇଥିଲା। ବୟସାଧିକ କାରଣରୁ ତା’ର ମୃତ୍ୟୁ ଘଟିଥିବା କୁହାଯାଉଛି। ପ୍ରସାଦର ନାମକରଣ ତା’ର ମାଲିକ ତଥା ଇଂଲଣ୍ଡର ଓଲିଭର ଶାହିବ କରିଥିଲେ। ହାତୀର ଦେଖାଶୁଣା କରୁଥିବା ଲୋକ, ପଶୁପ୍ରେମୀ ଏବଂ ଚା ବଗିଚା କର୍ମଚାରୀ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ। ବିଜୁଳି ପ୍ରସାଦ ଓ୍ବିଲିୟମସନ ମେଜର ଗ୍ରୁପ ଲାଗି ଗର୍ବର ପ୍ରତୀକ ଥିଲା। ବିଜୁଳି ଛୁଆଥିବାବେଳେ ତା’କୁ ବାରଗଙ୍ଗ ଚା’ କମ୍ପାନୀ କର୍ତ୍ତୃପକ୍ଷ ଆଣିଥିଲେ। ଚା କମ୍ପାନୀକୁ ଓ୍ବିଲିୟମସନ ଗ୍ରୁପ କିଣିବା ପରେ ହାତୀଟି ଏଠାକୁ ସ୍ଥାନାନ୍ତର ହୋଇଥିଲା।

Share