ଚାଲିଗଲେ ଶିଶୁ କଳାକାର ରାହୁଲ କୋଲି

ଗୁଜରାଟୀ ଫିଲ୍ମ ‘ଛେଲୋ ଶୋ’ର ଶିଶୁ କଳାକାର ରାହୁଲ କୋଲିଙ୍କ କ୍ୟାନସର୍‌ରେ ଦେହାନ୍ତ ହୋଇଛି। ଚଳିତ ବର୍ଷର ଓସ୍କାରରେ ‘ଛେଲୋ ଶୋ’ ପ୍ରବେଶ କରିଛି। ଏହି ଫିଲ୍ମଟି ଅକ୍ଟୋବର ୧୪ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ୧୫ ବର୍ଷୀୟ ରାହୁଲ ବିଶ୍ୱରୁ ବିଦାୟ ନେଇଛନ୍ତି।
ରାହୁଲ କୋଲିଙ୍କ ପିତା ଅଟୋ ରିକ୍ସା ଚଳାନ୍ତି। ସେ ତିନି ଭାଇଭଉଣୀଙ୍କ ମଧ୍ୟରେ ବଡ଼ ଥିଲେ। କୋଲିଙ୍କ ପିତା କହିଛନ୍ତି,ଅକ୍ଟୋବର ୨ ଦିନ ସେ ଜଳଖିଆ ଖାଇଥିଲେ ଏବଂ ବାରମ୍ବାର ଜ୍ୱର ପରେ ରାହୁଲ ତିନିଥର ରକ୍ତ ବାନ୍ତି କରିଥିଲେ, ଏହା ପରେ ତାଙ୍କ ତାଙ୍କର ମୃତ୍ୟୁ ହୋଇଥିଲା।
ରାହୁଲ କୋଲିଙ୍କ ଫିଲ୍ମ ‘ଛେଲୋ ଶୋ’ ଓସ୍କାର ୨୦୨୩ ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି ଭାବରେ ମନୋନୀତ ହୋଇଛି। ଏହି ବେଷ୍ଟ ବେଷ୍ଟ ଫିଚର ଫିଲ୍ମ ବର୍ଗ ପାଇଁ ପଠାଯାଇଛି। ଆମେରିକାର ନିର୍ଦ୍ଦେଶକ ପାନ ନଳିନଙ୍କ ଦ୍ୱାରା ଏହି ଫଇଲ୍ମର ନିର୍ଦ୍ଦେଶନା ଦିଆଯାଇଛି।

Share