ଚେନ୍ନାଇ,୨୧।୨: ଯୁବ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରାଗନାନନ୍ଧା ବିଶ୍ୱର ନମ୍ବର ଓ୍ବାନ ଚେସ୍ ଖେଳାଳି ମାଗନସ କାର୍ଲସେନଙ୍କୁ ହରାଇ ଦେଇଛନ୍ତି। ଅନଲାଇନ ରାପିଡ୍ ଚେସ୍ ଟୁର୍ନାମେଣ୍ଟ ଏୟାରଥିଙ୍ଗ୍ସ ମାଷ୍ଟର୍ସର ୮ମ ରାଉଣ୍ଡରେ ଏତିହାସିକ ସଫଳତା ହାତେଇଛନ୍ତି ପ୍ରାଗନାନନ୍ଧା।
କଳା ଗୋଟିରେ ଖେଳୁଥିବା ଭାରତୀୟ ଗ୍ରାଣ୍ଡମାଷ୍ଟର ୩୯ ମୁଭ୍ସରେ କାର୍ଲସେନଙ୍କୁ ହରାଇ ଦେଇଥିଲେ। ଏହି ବିଜୟ ସତ୍ତ୍ୱେ ୮ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ୮ ପଏଣ୍ଟ ସହ ପ୍ରାଗନାନନ୍ଧ ଦ୍ୱାଦଶ ସ୍ଥାନରେ ରହିଛନ୍ତି। ସେ ପ୍ରାରମ୍ଭିକ ରାଉଣ୍ଡରେ ଲେଭ ଆରୋନିଆନଙ୍କୁ ହରାଇ ଥିଲେ। ଅନ୍ୟ ୬ ମ୍ୟାଚ୍ରେ ୪ଟି ପରାଜୟ ଓ ୨ ଡ୍ର’ ରହିଛି।