Posted inଜାତୀୟ

ଶିଶୁ ଏସ୍‌ଡିଜିରେ ଭାରତର ଅଗ୍ରଗତି ବିଶ୍ୱକୁ ପ୍ରଭାବିତ କରିବ: ୟୁନିସେଫ୍‌

ନୂଆଦିଲ୍ଲୀ,୯ା୧୦(ପି.ଟି.): ବୈଶ୍ୱିକ ସ୍ତରରେ ଶିଶୁ ସମ୍ପର୍କିତ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ର ଦୁଇ-ତୃତୀୟାଂଶ ବିଫଳ ହୋଇଛି। ଏଭଳି ସ୍ଥିତିରେ ଭାରତର ଅଗ୍ରଗତି ଲକ୍ଷ୍ୟ ହାସଲ ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ୟୁନିସେଫ୍‌ ମୁଖ୍ୟ କାଥେଲିନ୍‌ ଏମ୍‌. ରୁସେଲ୍‌ କହିଛନ୍ତି। ଭାରତ ଯେତେବେଳେ କେତେକ ଏସ୍‌ଡିଜି କ୍ଷେତ୍ରରେ ଅଗ୍ରଗତି କରେ, ଏହାର ପ୍ରଭାବ ଅବଶିଷ୍ଟ ବିଶ୍ୱ ଉପରେ ପଡ଼ିଥାଏ ବୋଲି ୟୁନିସେଫ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏକ ସାକ୍ଷାତ୍‌କାରରେ କହିଛନ୍ତି। ବୈଶ୍ୱିକ ସ୍ତରରେ ଏସ୍‌ଡିଜି ପଥଚ୍ୟୁତ ହୋଇଛି। ଶିଶୁମାନଙ୍କ ସମ୍ପର୍କିତ ଦୁଇ-ତୃତୀୟାଂଶ ଏସ୍‌ଡିଜି ଆବଶ୍ୟକ ସ୍ଥଳେ ଉପଲବ୍ଧ ନାହିଁ। ସତ କହିବାକୁ ଗଲେ ବିଶ୍ୱସ୍ତରରେ ଏହା ସମ୍ପୂର୍ଣ୍ଣ ଭାବେ ଟ୍ରାକ୍‌ରୁ ବାହାରି ଯାଇଥିବା କାଥେଲିନ୍‌ କହିଛନ୍ତି।
ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ସାମାଜିକ, ଅର୍ଥନୈତିକ ଏବଂ ପରିବେଶଗତ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ଜାତିସଂଘ ୧୭ଟି ଲକ୍ଷ୍ୟକୁ ନେଇ ଏସ୍‌ଡିଜି ଧାର୍ଯ୍ୟ କରିଥିଲା। ୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ଅଧିକ ସ୍ଥାୟୀ, ନ୍ୟାୟସଙ୍ଗତ ଏବଂ ସମୃଦ୍ଧ ଭବିଷ୍ୟତ ନିମନ୍ତେ ବିଶ୍ୱ ଉଦ୍ୟମକୁ ମାର୍ଗଦର୍ଶନ ଦେବା ଲାଗି ଏହି ବୈଶ୍ୱିକ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଅଧିକାଂଶ ଏସ୍‌ଡିଜି ସିଧାସଳଖ ପିଲାମାନଙ୍କ ଭବିଷ୍ୟତ ପାଇଁ ଉଦ୍ଦିଷ୍ଟ ଥିଲା। ଏସ୍‌ଡିଜି-୨ (କ୍ଷୁଧା ମୁକ୍ତି) ଶିଶୁ ଅପପୁଷ୍ଟି ଏବଂ କ୍ଷୁଧାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏସ୍‌ଡିଜି-୩ (ଉତ୍ତମ ସ୍ବାସ୍ଥ୍ୟ ଓ କଲ୍ୟାଣ) ଶିଶୁ ମୃତ୍ୟୁହାର ହ୍ରାସ ଏବଂ ସେମାନଙ୍କୁ ଉତ୍ତମ ମାନର ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବା ନିମନ୍ତେ ଉଦ୍ଦିଷ୍ଟ। ସେହିପରି ଏସ୍‌ଡିଜି-୪ ସବୁ ପିଲାଙ୍କ ପାଇଁ ଉତ୍ତମ ମାନର ଶିକ୍ଷା ଏବଂ ଏସ୍‌ଡିଜି-୫ ଲିଙ୍ଗଗତ ସମାନତା ପାଇଁ ଉଦ୍ଦିଷ୍ଟ ଥିଲା।
୫ ବର୍ଷରୁ କମ୍‌ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହ ମାତୃ ମୃତ୍ୟୁହାର କମାଇବାରେ ଭାରତ ବାସ୍ତବରେ ଯଥେଷ୍ଟ ଅଗ୍ରଗତି କରିଛି। ଏହାର ସୁଦୂରପ୍ରସାରୀ ପ୍ରଭାବ ଅବଶିଷ୍ଟ ବିଶ୍ୱ ଉପରେ ପଡ଼ିବ। ବିଶେଷ କରି ଗ୍ଲୋବାଲ ସାଉଥ୍‌ ଅନ୍ତର୍ଗତ ଦେଶଗୁଡ଼ିକ ବାସ୍ତବରେ ଭାରତର କାର୍ଯ୍ୟକୁ ଅନୁସରଣ କରୁଛନ୍ତି ଏବଂ ସେଥିରୁ ଶିଖିବାକୁ ଚାହୁଁ୍‌ଛନ୍ତି ବୋଲି ୟୁନିସେଫ୍‌ ମୁଖ୍ୟ କହିଛନ୍ତି। ୟୁନିସେଫ୍‌ ୭୪ ବର୍ଷ ହେଲା ଭାରତରେ ଶିଶୁମାନଙ୍କ ପାଇଁ କାମ କରୁଛି। ନିକଟରେ କାଥେଲିନ୍‌ ଉତ୍ତରପ୍ରଦେଶ ଗସ୍ତରେ ଯାଇ ସେଠାର ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀମାନଙ୍କ ପ୍ରଭାବୀ କାର୍ଯ୍ୟକୁ ଦେଖିଥିଲେ। ସେମାନେ ସ୍ଥାନୀୟ ଲୋକମାନଙ୍କ ସହ ନିବିଡ଼ ସମ୍ପର୍କ ସ୍ଥାପନ କରିବା ସହ ମାଆ ଓ ପିଲାମାନଙ୍କ ଉପଯୁକ୍ତ ଯତ୍ନକୁ ସୁନିଶ୍ଚିତ କରାଇପାରିଥିବା କାଥେଲିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri