ନୂଆଦିଲ୍ଲୀ, ୧୪।୪: ବିଶ୍ୱ ବ୍ୟାଙ୍କ ପକ୍ଷରୁ ବୁଧବାର ଭାରତ ଏବଂ ସମଗ୍ର ଦକ୍ଷିଣ ଏସିଆ କ୍ଷେତ୍ର ପାଇଁ ନିଜ ବିକାଶ ଅନୁମାନ ହ୍ରାସ କରିଛି। ୟୁକ୍ରେନ୍ ସଙ୍କଟ କାରଣରୁ ବଢ଼ିଥିବା ମୁଦ୍ରାସ୍ଫୀତି ଯୋଗୁ ଏଭଳି ଘଟିଛି। ଓ୍ବାର୍ଲଡ ବ୍ୟାଙ୍କ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦକ୍ଷିଣ ଏସିଆ କ୍ଷେତ୍ରର ସର୍ବବୃହତ୍ ଅର୍ଥବ୍ୟବସ୍ଥା ଥିବା ଦେଶ ଭାରତ ପାଇଁ ନିଜ ବିକାଶ ହାର ଅନୁମାନ ୮.୭%ରୁ ହ୍ରାସ କରି ୮% କରି ଦେଇଛନ୍ତି। ଆଫଗାନିସ୍ତାନକୁ ବାଦ୍ ଦେଲେ ଦକ୍ଷିଣ ଏସିଆ ପାଇଁ ବିଶ୍ୱ ବ୍ୟାଙ୍କ ନିଜ ବିକାଶ ଅନୁମାନରେ ୧% ହ୍ରାସ କରି ୬.୬% କରିଦେଇଛି। ଦେଶରେ କୋଭିଡ୍ ମହାମାରୀ ଏବଂ ମୁଦ୍ରାସ୍ଫୀତି ପ୍ରଭାବରେ ଶ୍ରମ ବଜାରରେ ରିକୋଭରି ଅସମ୍ପୂର୍ଣ୍ଣ ରହିଥିବା କାରଣକୁ ଘରୋଇ ବ୍ୟବହାର ହ୍ରାସ ଘଟିବ ବୋଲି ଓ୍ବାର୍ଲଡ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।