୨୪ ଘଣ୍ଟାରେ ଲକ୍ଷେରୁ ଅଧିକ ସୁସ୍ଥ

ନୂଆଦିଲ୍ଲୀ, ୨୨।୯: ଭାରତ ପୃଥିବୀରେ ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଶରେ ଲକ୍ଷେ ଏକ ହଜାର ୪୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ୭୫ ହଜାର ୮୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ହଜାରେ ୫୩ ଜଣଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଲକ୍ଷ ୬୨ ହଜାର ୬୬୪ରେ ପହଞ୍ଚିଛି। ଅପରପକ୍ଷରେ ସୁସ୍ଥ ହୋଇ ୪୪ ଲକ୍ଷ ୯୭ ହଜାର ୮୬୮ ଜଣ ଆକ୍ରାନ୍ତ ଘରକୁ ଫେରିଛନ୍ତି। ୯ ଲକ୍ଷ ୭୫ ହଜାର ୮୬୧ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୮ ହଜାର ୯୩୫ ଛୁଇଁଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୋମବାର ୯ଲକ୍ଷ ୩୩ ହଜାର ୧୮୫ଜଣଙ୍କ ନମୁନା ପରୀକ୍ଷା ହୋଇଛି। ସେହିପରି ସେପ୍ଟେମ୍ବର ୨୧ ସୁଦ୍ଧା ଦେଶରେ ୬ କୋଟି ୫୩ ଲକ୍ଷ ୨୫ ହଜାର ୭୭୯ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share