Posted inଖେଳ

ସ୍ପିନ୍‌ ଉପରେ ଭାରତର ଭରସା

ନଭି ମୁମ୍ବାଇ,୧୪ା୧୨(ପି.ଟି.): ଟି୨୦ ସିରିଜରେ ଆଖିଦୃଶିଆ ପ୍ରଦର୍ଶନ ଦେବାରେ ବିଫଳ ହେବା ପରେ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳିବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ମହିଳା କ୍ରିକେଟ ଦଳ। ଭାରତ ନିକଟରେ ଏକ ଚମତ୍କାର ସ୍ପିନ୍‌ ଆକ୍ରମଣ ରହିଥିବା ବେଳେ ଦଳ ଏଥିରୁ ଫାଇଦା ଉଠାଇବାକୁ ଚେଷ୍ଟା କରିବ। ଗୁରୁବାରଠାରୁ ଡି ଓ୍ବାଇ ପାଟିଲ କ୍ରିକେଟ ଷ୍ଟାଡିୟମରେ ଏକମାତ୍ର ୪ ଦିନିଆ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ଯଦି ଉଭୟ ଦଳ ମଧ୍ୟରେ ଓଭରଅଲ ରେକର୍ଡ ଉପରେ ନଜର ପକାଇବା ତେବେ ଏହା ଭାରତ ସପକ୍ଷରେ ରହିଛି। ଉଭୟ ଦଳ ମହିଳା ଟେଷ୍ଟ ଇତିହାସରେ ୧୪ ଥର ପରସ୍ପର ମୁକାବିଲା କରିଛନ୍ତି ା ଏହା ମଧ୍ୟରୁ ଭାରତ ୨ ଥର ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ମାତ୍ର ଥରୁଟିଏ ବିଜୟୀ ହୋଇଛି। ତେବେ ଇତିମଧ୍ୟରେ ଇଂଲଣ୍ଡ ନିୟମିତ ଭାବରେ ଟେଷ୍ଟ ସିରିଜ୍‌ ଖେଳୁଥିବା ବେଳେ ଭାରତ ଶେଷ ଥର ପାଇଁ ୨୦୨୧ରେ ଏକ ଟେଷ୍ଟ ସିରିଜ୍‌ ଖେଳିଥିଲା। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍‌ଟି ଡ୍ର’ରେ ଶେଷ ହୋଇଥିଲା। ଏହି ମ୍ୟାଚ୍‌ ଶେଷ ହେବାର ୧୦ ଦିନ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଏକ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଭାରତ ଏହାର ଶେଷ ଦୁଇଟି ଟେଷ୍ଟ ଡ୍ର ରଖିଥିବା ବେଳେ ନିକଟରେ ଇଂଲଣ୍ଡ ପରାଜିତ ହୋଇଥିଲା। ଏହା ଭାରତୀୟ ଦଳକୁ ସାମାନ୍ୟ ଆତ୍ମବିଶ୍ୱାସ ପ୍ରଦାନ କରିବ।
ଭାରତ ପକ୍ଷରୁ ଦଳରେ ବେଙ୍ଗଲ ସ୍ପିନର ସାଇକା ଇଶାକ୍‌ଙ୍କୁ ସାମିଲ କରାଯାଇଛି। ଓମେନ୍ସ ପ୍ରିମିୟର ଲିଗ୍‌ରେ ୧୫ ଉଇକେଟ ନେବା ପରେ ନିକଟରେ ତାଙ୍କୁ ଭାରତୀୟ ଦଳକୁ ଡାକରା ମିଳିଥିଲା। କର୍ନାଟକର ଟପ୍‌ ଅର୍ଡର ବ୍ୟାଟର ଶୁଭା ସତୀଶ ମଧ୍ୟ ପ୍ରଥମ ଥର ପାଇଁ ଟେଷ୍ଟ ଟିମ୍‌କୁ ଡାକରା ପାଇଛନ୍ତି। ଜେମିମା ରୋଡ୍ରିଗୁଏଜ୍‌ ଓ ହରଲିନ୍‌ ଦେଓଲ ଟେଷ୍ଟ ମ୍ୟାଚ୍‌ ଖେଳି ନ ଥିବା ବେଳେ ରିଚା ଘୋଷଙ୍କ ସ୍ଥାନରେ ୟାସ୍ତିକା ଭାଟିଆଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଅଧିକ। ରେଣୁକା ସିଂ ଠାକୁରଙ୍କ ଉପରେ ପେସ୍‌ ବୋଲିଂର ଭାର ରହିଥିବା ବେଳେ ଅଭିଜ୍ଞ ଦୀପ୍ତି ଶର୍ମା ଓ ସ୍ନେହ ରାଣାଙ୍କ ସହିତ ସାଇକା ଇଶାକ୍‌ଙ୍କ କାନ୍ଧରେ ସ୍ପିନ ବୋଲିଂର ଭାର ରହିବ। ଇଂଲଣ୍ଡ ଦଳର ଏମା ଲାମ୍ବ ଆହତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ମାୟା ବୌଚିୟର ଓ କ୍ରିଷ୍ଟି ଗର୍ଡନଙ୍କୁ ସାମିଲ କରାଯାଇଛି। ତେବେ ଅଭିଜ୍ଞ ଖେଳାଳି ନାଟାଲି ସିଭର ବ୍ରଣ୍ଟ, ହିଥର ନାଇଟ୍‌, ଡାନିଏଲ ଓ୍ବାୟାଟ, କେଟ୍‌ କ୍ରସ୍‌ ଓ ସୋଫି ଏକେଲଷ୍ଟୋନଙ୍କ ନିକଟରୁ ଭଲ ପ୍ରଦର୍ଶନର ଆଶା କରିବ ଇଂଲଣ୍ଡ। ମହିଳା କ୍ରିକେଟରେ ଏହା ଇଂଲଣ୍ଡର ଶତକୀୟ ଟେଷ୍ଟ ହୋଇଥିବାରୁ ଦଳ ବିଜୟୀ ହେବାକୁ ପ୍ରୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Jammu And Kashmir Encounter: ବଡ଼ ଆଟାକ୍‌ ପରେ ମୁହାଁମୁହିଁ ହୋଇଗଲେ ସେନା-ଆତଙ୍କବାଦୀ, ଗୁଳିରେ କମ୍ପିଲା…

ନୂଆଦିଲ୍ଲୀ,୨୪।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ, ସେନା ଏବଂ ପୋଲିସ ଦ୍ୱାରା ନିରନ୍ତର ସର୍ଚ୍ଚ ଅପରେଶନ ଜାରି ରହିଛି। ସେନାର ଅନେକ...

ବିଦ୍ୟୁତ ସଂଯୋଗକୁ ନେଇ ଏଲ ଆଣ୍ଡ ଟି କମ୍ପାନୀକୁ ବିରୋଧ କଲେ ଗ୍ରାମବାସୀ

ପରଜଙ୍ଗ,୨୪।୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗାଁରେ ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରୁଥିବା ଏଲ ଆଣ୍ଡ ଟି...

ଆତଙ୍କବାଦୀଙ୍କ ନିସ୍ତାର ନାହିଁ; ସାମିଲ ଥିଲେ ୩ ପାକିସ୍ତାନୀ ଏବଂ ୨ କଶ୍ମୀରୀ

ପହଲଗାମ୍‌,୨୪।୪: ଜମ୍ମୁ କଶ୍ମୀର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ୫ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଆକ୍ରମଣରେ ୩ ଜଣ ପାକିସ୍ତାନୀ ନାଗରିକ ଏବଂ...

ଦାରିଙ୍ଗବାଡି ଆଇଆଇସିଙ୍କ ଡିଏସପି ପାହ୍ୟାକୁ ପଦନ୍ନୋତି , ଜିଲାରେ ୬ ଜଣ ଅଧିକାରୀଙ୍କ ପଦନ୍ନୋତି

ଦାରିଙ୍ଗବାଡି, ୨୪ ।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇଆଇସିମାନଙ୍କୁ ଓପିଏସ ଗ୍ରୁପ-ଏ (ଜୁନିଅର ଶାଖା)ର ଗ୍ରେଡକୁ ପଦୋନ୍ନତି କରାଯାଇଛି। ଏହି...

କଶ୍ମୀର ଟୁର୍‌ ବାତିଲ କରୁଛନ୍ତି ୯୦% ପର୍ଯ୍ୟଟକ

ନୂଆଦିଲ୍ଲୀ, ୨୪।୪: ଜମ୍ମୁ-କଶ୍ମୀରର ପହଲ୍‌ଗାମ ଆତଙ୍କବାଦୀ ଆକ୍ରମଣର ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡ଼ିଛି। ଲୋକମାନେ ବଡ଼ସଂଖ୍ୟାରେ ଜମ୍ମୁ-କଶ୍ମୀର ଭ୍ରମଣ ପାଇଁ କରିଥିବା ଅଗ୍ରିମ ବୁକିଂକୁ...

ଜାତୀୟ ପଞ୍ଚାୟତିରାଜ ଦିବସ ଏବଂ ଓଡ଼ିଶା

ପଞ୍ଚାୟତ ବ୍ୟବସ୍ଥା ଆଜିର ନୁହେଁ, କେଉଁ ଆବହମାନ କାଳରୁ ଆମ ସମାଜରେ ଏହା ପ୍ରଚଳିତ ହୋଇଆସୁଛି। ସେଥିପାଇଁ ଆମ ଗଁା ଗହଳିରେ କଥା କଥାରେ କହନ୍ତି,...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ‘ଆଇଏସଆଇଏସ କଶ୍ମୀର’ରୁ ଆସିଲା ଇମେଲ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ଭାଜପା ଏମପି ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ମୃତ୍ୟୁ ଧମକ ମିଳିଛି। ଏପ୍ରିଲ...

ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରଶାନ୍ତଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଘୋଷଣା

ଭୁବନେଶ୍ୱର,୨୪।୪: ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାରେ ଓଡ଼ିଶାର ୨ଜଣ ପୁଅ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image