Categories: ବାଣିଜ୍ୟ

ଜିଆଇଆଇରେ ଭାରତର ଉଲ୍ଲେଖନୀୟ ଉନ୍ନତି

ଭୁବନେଶ୍ୱର, ୨୯।୯:କ୍ରମାଗତ ଭାବେ ଭାରତ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ (ଜିଆଇଆଇ)ରେ ଉଲ୍ଲେଖନୀୟ ଉନ୍ନତି କରିଛି। ଉଲ୍ଲେଖଯୋଗ୍ୟ, ଓ୍ବାଲର୍ଡ ଇଣ୍ଟେଲେକଚୁଆଲ ପ୍ରପର୍ଟି ଅର୍ଗାନାଇଜେଶନ/ ବିଶ୍ବ ବୌଦ୍ଧିକ ସମ୍ପଦ ସଙ୍ଗଠନ (ଡବ୍ଲ୍ୟୁଆଇପିଓ) ଦ୍ବାରା ଗୁରୁବାର ପ୍ରକାଶିତ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ-୨୦୨୩ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୪୦ ତମ ସ୍ଥାନରେ ରହିଛି। ବିଶେଷକରି ୧୩୨ ଅର୍ଥ ବ୍ୟବସ୍ଥା ମଧ୍ୟରୁ ଭାରତ ୪୦ତମ ସ୍ଥାନ ବଜାୟ ରଖିଛି। ଅପରପକ୍ଷରେ ୨୦୧୩ରେ ଭାରତ ୬୬ତମ ସ୍ଥାନରେ ରହିଥିବାବେଳେ ୨୦୨୩ରେ ଭାରତ ୪୦ତମ ସ୍ଥାନରେ ପହଞ୍ଚତ୍ଛି। ଗତ ୧୦ବର୍ଷ ମଧ୍ୟରେ ଭାରତ ୨୬ ଟି ସ୍ଥାନ ଉପରକୁ ଉଠିଥିବା ଡବ୍ଲ୍ୟୁଆଇପିଓ ସୂଚୀରେ ଉଲ୍ଲେଖ କରାଯାଇଛି। ଏପରିକି ଜିଆଇଆଇ ର଼୍ୟାଙ୍କିଙ୍ଗ୍‌ରେ ଭାରତ କ୍ରମାଗତ ଉନ୍ନତ ପ୍ରଦର୍ଶନ ସହ ଅପାର ଜ୍ଞାନ ପୁଞ୍ଜି, ଲାଇଭ ଷ୍ଟାର୍ଟଅପ୍‌ ଇକୋ ସିଷ୍ଟମ ଏବଂ ସାର୍ବଜନୀନ ଓ ଘରୋଇ ଗବେଷଣା ସଙ୍ଗଠନ ଦ୍ବାରା କରାଯାଇଥିବା ଅଦ୍ଭୁତ କାର୍ଯ୍ୟ କାରଣରୁ ହୋଇପାରିଛି।
ଅପରପକ୍ଷରେ ନୀତି ଆୟୋଗ ଜିଆଇଆଇ ସହିତ ବିଶ୍ବ ର଼୍ୟାଙ୍କିଙ୍ଗ୍‌ରେ ଭାରତର ସ୍ଥିତିର ଅନୁଧ୍ୟାନ ଓ ମୂଲ୍ୟାଙ୍କନ ଉପରେ କ୍ରମାଗତ ଭାବେ ଗୁରୁତ୍ୱ ପ୍ରଦାନ କରୁଛି। ସେହିପରି ଭାରତୀୟ ଉଦ୍ୟୋଗ ସଂଘ (ସିଆଇଆଇ) ମଧ୍ୟ ନୂତନତା-ସମ୍ପର୍କିତ ଅର୍ଥ ବ୍ୟବସ୍ଥା ଦିଗରେ ଭାରତର ଯାତ୍ରାରେ ସହଯୋଗ କରୁଛି। ଚଳିତ ବର୍ଷ ସିଆଇଆଇ ଏବଂ ଡବ୍ଲ୍ୟୁଆଇପିଓର ମିଳିତ ଭାଗୀଦାରିରେ ନୀତି ଆୟୋଗ- ୨୦୨୩ ସେପ୍ଟେମ୍ବର ୨୯ରେ ଜିଆଇଆଇ-୨୦୨୩ରେ ଏହାର ଶୁଭାରମ୍ଭର ଆୟୋଜନ କରୁଛି।

Share