ୟୁଏନଏସସିରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଦୃଢ ନିନ୍ଦା କଲା ଭାରତ

ଜେନେଭା,ନୂଆଦିଲ୍ଲୀ,୭।୭: ଆତଙ୍କବାଦୀ ଚିନ୍ତାଧାର ରଖିଥିବା ପାକିସ୍ତାନ ନିଜ କାର୍ଯ୍ୟକଳାପ କିମ୍ବା ବ୍ୟବହାରରେ କ୍ଷାନ୍ତ ହେଉନାହିଁ। ନିକଟରେ ହୋଇଥିବା ଏସସିଓ ସମ୍ମିଳନୀରେ ପାକିସ୍ତାନର ନାଁ ନେଇ ତାକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ପାକିସ୍ତାନ ବାରମ୍ବାର ସୀମା ପ୍ରବେଶ ନେଇ ଆତଙ୍କବାଦକୁ ନିଜ ହତିଆର ଭାବରେ ବ୍ୟବହାର କରୁଛି ଏବଂ ଜମ୍ମୁ-କଶ୍ମୀରରେ ଅଶାନ୍ତି ସୃଷ୍ଟି କରୁଛି। ବର୍ତ୍ତମାନ ପୁଣି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବା ୟୁଏନଏସସିରେ ଜମ୍ମୁ କଶ୍ମୀର ପ୍ରସଙ୍ଗକୁ ଦୋହାରାଇଛି ପାକିସ୍ତାନ।

ତେବେ ଏନେଇ ଜାତିସଂଘରେ ଭାରତର ମିଶନ କାଉନସିଲର ଆଶିଷ ଶର୍ମା କହିଛନ୍ତି, ଲଦାଖ ଏବଂ ଜାମ୍ମୁ-କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ସର୍ବଦା ରହିବ। ଏହା ଉପରେ ପାକିସ୍ତାନ କ’ଣ ଭାବୁଛି କିମ୍ବା ଚାହୁଁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ।

ବ୍ରିଟେନରେ ଅନୁଷ୍ଠିତ ୟୁଏନଏସସି ବୈଠକରେ ଶିଶୁ ଏବଂ ସଶସ୍ତ୍ର ବିବାଦ ଉପରେ ଆଲୋଚନା ହୋଇଥିଲା। ଏହାରି ଭିତରେ ପାକିସ୍ତାନର କୂଟନୀତିଜ୍ଞ ମୁର୍ନି ଆକ୍ରାମ ତାଙ୍କ ବିବୃତ୍ତିରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ସେହିପରି ସେ ଆହୁରି କହିଛନ୍ତି ଯେ, ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଶିଶୁ ତଥା ସଶସ୍ତ୍ର ବିବାଦର ନୂତନ ରିପୋର୍ଟରେ ଭାରତର ନାଁ କାହିଁକି ଉଲ୍ଲେଖ କରାଯାଇ ନାହିଁ। ଏହା ସମ୍ପର୍ଣ୍ଣ ମୂଲ ଅଟେ।

Share