Categories: ଜାତୀୟ

ମାନବ ଶରୀରରେ ଦ୍ୱିତୀୟ କୋଭିଡ୍‌ ଟିକା ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ,୧୭ା୭:ଭାରତର ଦ୍ୱିତୀୟ କୋଭିଡ୍‌ ଟିକା ଜିକୋଭ-ଡିର ମାନବ ଶରୀରରେ ପରୀକ୍ଷା ଆରମ୍ଭ ହୋଇଛି। ଜାଇଡସ୍‌ କାଡିଲା କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଟିକା ପାଇଁ ବାୟୋଟେକ୍‌ନୋଲୋଜି ବିଭାଗ ଆଂଶିକ ପାଣ୍ଠି ଯୋଗାଇଛି। ପ୍ରଥମ କୋଭିଡ୍‌ ଟିକା କୋଭାକ୍ସିନ୍‌ ଭାରତ ବାୟୋଟେକ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା। ଏହାକୁ ମାନବ ଶରୀରରେ ପରୀକ୍ଷା ପାଇଁ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସି) ଅନୁମତି ପ୍ରଦାନ କରିସାରିଛି। ଜିକୋଭ-ଡି ଟିକାର ପ୍ରାକ୍‌ କ୍ଲିନିକାଲ ପରୀକ୍ଷା ସଫଳ ହୋଇଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାରୁ ଏହାର ନିରାପତ୍ତା, ସହନଶୀଳତା ଏବଂ ରୋଗ ପ୍ରତିରୋଧକ ଶକ୍ତି ସମ୍ପର୍କରେ ଜଣାପଡିଯିବ। ଫେବୃୟାରୀ ମାସରୁ ଏହି ଟିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ମାନବ ଶରୀରରେ ପରୀକ୍ଷା ମୁଖ୍ୟ ମାଇଲଖୁଣ୍ଟ ବୋଲି କୁହାଯାଉଛି।

Share