Categories: ଖେଳ

ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣପଦକ

ବର୍ମିଂହାମ,୩୧ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣପଦକ ମିଳିଛି। ଭାରୋତ୍ତୋଳକ ଜେରେମି ଲାଲରିନୁଙ୍ଗା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୭୬ କେଜି ପୁରଷ ବର୍ଗରେ ସେ ଏହି ପଦକ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସ୍ନାଚ କ୍ୟାଟେଗୋରୀରେ ସେ ୧୪୦ କିଲୋଗ୍ରାମ ଓଜନ ଉଠାଇଥିଲେ। ସେହିପରି କ୍ଲିନ୍‌ ଆଣ୍ଡ ଜର୍କରେ ୧୬୦ କିଲୋଗ୍ରାମ ଓଜନ ଉଠାଇଥିଲେ । ମୋଟ୍‌ ୩୦୦ କିଲୋଗ୍ରାମ ଓଜନ ଉଠାଇ ସେ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି।

ଏହାକୁ ମିଶାଇ ଭାରତର ମୋଟ୍‌ ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏହି ସମସ୍ତ ପଦକ ଭାରୋତ୍ତୋଳନରେ ହିଁ ମିଳିଛି। ପୂର୍ବରୁ ସଙ୍କେତ ମହାଦେବ ରୌପ୍ୟ, ଗୁରୁରାଜା କାଂସ୍ୟ ଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ସ୍ବର୍ଣ୍ଣ, ବିନ୍ଦ୍ୟାରାଣୀ ରୌପ୍ୟ ପଦକ ଜିତିଥିଲେ। ପୂର୍ବରୁ ଭାରତ ୮ମ ସ୍ଥାନରେ ଥିଲା। ୫ମ ପଦକ ଜିତିବା ପରେ ଷଷ୍ଠ ସ୍ଥାନକୁ ଯାଇଛି।

Share