ବଲାଙ୍ଗିର ଅଫିସ,୨୭।୯: ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ପରିପ୍ରେକ୍ଷୀରେ ସୋମବାର ସକାଳୁ ବଲାଙ୍ଗିର ଜିଲାରେ ବନ୍ଦ ପାଳନ ଜୋରଦାର କରାଯାଇଛି । ମିଳିତ ଚାଷୀ ସଙ୍ଗଠନ ବଲାଙ୍ଗିର ପକ୍ଷରୁ ପ୍ରଥମେ ସକାଳେ ପ୍ରଧାନ ଡାକଘର ସମ୍ମୁଖରେ ପିକେଟିଂ କରାଯାଇଥିଲା। ଜିଲା କଂଗ୍ରେସ କମିଟି ସଦସ୍ୟମାନେ ବଲାଙ୍ଗିର ରେଳ ଷ୍ଟେଶନରେ ରେଳରୋକୋ କରିଥିଲେ। ପରେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯାଇଛି । ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଅଫିସ, ଗାଡିମୋଟର ଚଳାଚଳ ବନ୍ଦ ରହିଛି । ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଥିଲେ ମଧ୍ୟ ଲୋକେ ବନ୍ଦ ପାଳନକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ କରୁଥିବା ଦେଖାଯାଇଛି । ଜରୁରୀକାଳୀନ ସେବାକୁ ବନ୍ଦ ପାଳନରୁ ବାଦ ଦିଆଯାଇଛି ।