Categories: ଖେଳ

କ୍ୱାର୍ଟରରୁ ଲକ୍ଷ୍ୟ ସେନ୍‌ଙ୍କ ବିଦାୟ

ଜାକର୍ତ୍ତା,୭ା୬: ଭାରତର ଷ୍ଟାର ଶଟଲର ଲକ୍ଷ୍ୟ ସେନ୍‌ ଇଣ୍ଡୋନେସିଆ ଓପନ ସୁପର ୧୦୦୦ ବ୍ୟାଡ୍‌ମିଣ୍ଟନରେ ମ୍ୟାଚ ହାରିଯାଇଛନ୍ତି। ଫଳରେ ଟୁର୍ନାମେଣ୍ଟରେ ଭାରତର ଚ୍ୟାଲେଞ୍ଜ ଶେଷ ହୋଇଛି। ବିଶ୍ୱର ୧୪ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ସେନ୍‌ ଲଢୁଆ ପ୍ରଦର୍ଶନ କରିଥିଲେ ମଧ୍ୟ କ୍ୱାର୍ଟରଫାଇନାଲରେ ବିଶ୍ୱର ୫ ନମ୍ବର ତଥା ଡେନ୍‌ମାର୍କର ଆଣ୍ଡର୍ସ ଆଣ୍ଟନସେନଙ୍କଠାରୁ ୨୨-୨୪, ୧୮-୨୧ରେ ହାରିଯାଇଛନ୍ତି।

ଏହି ମ୍ୟାଚ ୧ ଘଣ୍ଟା ୧ ମିନିଟ ଧରି ଚାଲିଥିଲା। ମ୍ୟାଚରେ ବିଜୟ ଦ୍ୱାରା ଭାରତୀୟ ଖେଳାଳିଙ୍କ ବିପକ୍ଷରେ ଆଣ୍ଟନସେନଙ୍କ ବିଜୟ ପରାଜୟ ରେକର୍ଡ ୩-୨ରେ ପହଞ୍ଚିଛି। ଆଣ୍ଟନସେନ ସେମିଫାଇନାଲରେ ୮ମ ସିଡ୍‌ ତଥା ଥାଇଲାଣ୍ଡର କୁନ୍‌ଲାଭଟ ଭିଦିତସରନଙ୍କୁ ଭେଟିବେ।

Share