ନୂଆଦିଲ୍ଲୀ, ୫।୨ : ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲ୍ରେ ଭାରତର ଦମଦାର୍ ଏଣ୍ଟ୍ରି ଆରମ୍ଭ ହୋଇଛି। ପ୍ରତିପକ୍ଷ ଇଂଲଣ୍ଡ ଦଳ ମାତ୍ରେ ଶହେ ରନ୍ ମଧ୍ୟରେ ୭ ଓ୍ବିକେଟ ହରାଇଛି।
ଇଂଲଣ୍ଡ ଅଧିନାୟକ ଟମ୍ ପ୍ରେଷ୍ଟ୍ ଟସ୍ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତିି ଗ୍ରହଣ କରିଥିଲେ। ଭାରତୀୟ ଅଧିନାୟକ ୟଶ୍ ଧୁଲଙ୍କ ନେତୃତ୍ୱରେ ଭାରତୀୟ ବୋଲର ଇଂଲଣ୍ଡ ଟିମ୍କୁ କମ୍ ରନ୍ରେ ସୀମିତ ରଖିବାର ଉଦ୍ୟମ ଆରମ୍ଭ କରିଥିଲେ।
ଭାରତୀୟ ଟିମ୍କୁ ମୂଳରୁ ସଫଳତା ମିଳିବା ଆରମ୍ଭ କରିଥିବାବେଳେ ଇଂଲଣ୍ଡ ଟିମ୍ ବିପର୍ଯ୍ୟୟର ଶିକାର ହୋଇଥିଲା।