Categories: ଖେଳ

ଡବ୍ଲ୍ୟୁଟିସି ଫାଇନାଲ: ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୫।୪: ଜୁନ୍‌ ୭ରୁ ୧୧ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନସିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ପାଇଁ ବିସିସିଆଇ ଟିମ ଇଣ୍ଡିଆ ଘୋଷଣା କରିଛି। ଟିମ ଇଣ୍ଡିଆର କମାଣ୍ଡ ରୋହିତ ଶର୍ମାଙ୍କ ହାତରେ ରହିବ। ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ରାହାଣେ ଦଳକୁ ଫେରିଛନ୍ତି। ତେବେ ରିଷଭ ପନ୍ତ, ଶ୍ରେୟାସ ଆୟର ଏବଂ ଜସପ୍ରୀତ ବୁମରା ଟିମ ଇଣ୍ଡିଆରେ ସ୍ଥାନ ପାଇନାହାଁନ୍ତି।

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେ.ଏଲ ରାହୁଲ, କେ.ଏସ ଭରତ (ଉଇକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଆକ୍ସର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକାତ ଅଛନ୍ତି।

ଡବ୍ଲ୍ୟୁଟିସି ଫାଇନାଲ ପାଇଁ ପ୍ରାୟ ଏକ ବର୍ଷ ପରେ ରାହାଣେ ଦଳକୁ ଫେରିଛନ୍ତି। ଶ୍ରେୟସ ଆୟରଙ୍କ ଆଘାତ ହେତୁ ମିଡିଲ ଅର୍ଡରରେ ଏକ ଖାଲି ସ୍ଥାନ ଥିଲା। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ଦେଇଥିଲା। କିନ୍ତୁ ସେହି ବ୍ୟାଟ କାମ କଲା ନାହିଁ। ଏହି କାରଣରୁ ଚୟନକର୍ତ୍ତାମାନେ କେବଳ ସିନିୟର ଖେଳାଳି ଅଜିଙ୍କ୍ୟ ରାହାଣେଙ୍କ ଉପରେ ଭରସା କରିଛନ୍ତି। ଏହା ସହିତ ରାହାଣେ ମଧ୍ୟ ଆଇପିଏଲରେ ନିଜର ଚମତ୍କାର ପ୍ରଦର୍ଶନ ପାଇଁ ପୁରସ୍କାର ପାଇଛନ୍ତି।

Share