Categories: ଖେଳ

ସୁପର ସିକ୍ସରେ ଭାରତର ତୃତୀୟ ବିଜୟ

ବ୍ଲୋଏମଫୋଣ୍ଟେନ୍‌,୩୧ା୧: ୧୯ ବର୍ଷରୁ କମ୍‌ ଦିନିକିଆ ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ୨୧୪ ରନ୍‌ରେ ପରାସ୍ତ କରି କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି ଭାରତ। ମୁଶିର୍‌ ଖାନ୍‌ଙ୍କ କ୍ରମାଗତ ଦ୍ୱିତୀୟ ଶତକ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟରେ ୨୯୫ ରନ୍‌ କରିଥିଲା। ଜବାବରେ ରାଜ ଲିମ୍ବାନୀ ଓ ସୌମି ପାଣ୍ଡେଙ୍କ ଘାତକ ବୋଲିଂ ବଳରେ ନ୍ୟୁଜିଲାଣ୍ଡ ୨୮.୧ ଓଭରରେ ୮୧ ରନ୍‌ରେ ଅଲଆଉଟ ହୋଇଥିଲା।
ନ୍ୟୁଜିଲାଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା। ମୁଶିର୍‌ ଖାନ୍‌ଙ୍କ ୧୩୧ ଓ ଆଦର୍ଶ ସିଂଙ୍କ ୫୨ ରନ୍‌ ବଳରେ ଭାରତ ୨୯୫ ରନ୍‌ ସ୍କୋର କରିଥିଲା। ମୁଶିର ୧୨୬ ବଲ୍‌ ଖେଳି ୧୩ ଚୌକା ଓ ୩ ଛକା ମାରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମାସନ୍‌ କ୍ଲାର୍କ ସର୍ବାଧିକ ୪ ଉଇକେଟ ନେଇଥିଲେ। ଜବାବରେ ପ୍ରଥମ ଓଭରରେ ରାଜ ଲିମ୍ବାନୀ ନ୍ୟୁଜିଲାଣ୍ଡକୁ ଡବଲ୍‌ ଝଟକା ଦେଇଥିଲେ। ସ୍ପିନର ସୌମି ପାଣ୍ଡେ ମଧ୍ୟ ଚମତ୍କାର ବୋଲିଂ କରି ୪ ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁଶିର୍‌ ଖାନ୍‌ ୨ ଉଇକେଟ ପାଇଥିଲେ। ନ୍ୟୁଜିଲାଣ୍ଡ ଅଧିନାୟକ ଓସ୍କାର ଜାକ୍‌ସନ ସର୍ବାଧିକ ୧୯ ରନ୍‌ କରିଥିବା ବେଳେ ୭ ଜଣ ଖେଳାଳି ୨ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ମୁଶିରଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଭାରତ ୫୦ ଓଭରରେ ୨୯୫/୮
(ମୁଶିର୍‌ ଖାନ୍‌-୧୩୧, ଆଦର୍ଶ ସିଂ-୫୨, ଉଦୟ ଶାହରନ-୩୪, ମାସନ୍‌ କ୍ଲାର୍କ-୪/୬୨, ର଼୍ୟାନ୍‌ ସୋର୍ଗସ-୧/୨୮, ଜାକ୍‌ କମିଙ୍ଗ-୧/୩୭)। ନ୍ୟୁଜିଲାଣ୍ଡ ୨୮.୧ ଓଭରରେ ୮୧/୧୦(ଓସ୍କାର ଜାକ୍‌ସନ-୧୯, ସୌମି ପାଣ୍ଡେ-୪/୧୯, ମୁଶିର୍‌ ଖାନ୍‌-୧/୧୦, ରାଜ ଲିମ୍ବାନି-୨/୧୭)।

Share