Posted inଜାତୀୟ

୨୦୨୮ରେ ଭାରତର ଶୁକ୍ର ମିଶନ

ବେଙ୍ଗାଲୁରୁ, ୨।୧୦:‘ଚନ୍ଦ୍ରୟାନ-୩’ ମିଶନର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ‘ମିଶନ ଶୁକ୍ର’ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଇସ୍ରୋର ଏହି ବହୁ ପ୍ରତୀକ୍ଷିତ ମିଶନର ନାମ ଭେନସ ଅର୍ବିଟର ମିଶନ(ଭିଓଏମ୍‌) ରହିଥିବାବେଳେ ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ୧୨୩୬ କୋଟି ଟଙ୍କାର ରାଶିକୁ ଅନୁମୋଦନ କରାଯାଇଛି। ମଙ୍ଗଳବାର ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୨୮ ମାର୍ଚ୍ଚ ୨୯ରେ ‘ଶୁକ୍ରୟାନ-୧’ ମହାକାଶ ଯାନକୁ ଉତ୍‌କ୍ଷେପଣ କରାଯିବ। ଶକ୍ତିଶାଳୀ ଲଞ୍ଚ୍‌ ଭେଇକିଲ ମାର୍କ-୩(ଏଲ୍‌ଭିଏମ୍‌-୩) ରକେଟର ବ୍ୟବହାର କରି ଇସ୍ରୋ ପକ୍ଷରୁ ଏହି ମିଶନକୁ ଲଞ୍ଚ୍‌ କରାଯିବ। ତେବେ ଶୁକ୍ରଗ୍ରହରେ ପହଞ୍ଚିବାକୁ ‘ଶୁକ୍ରୟାନ-୧’କୁ ୧୧୨ ଦିନ ସମୟ ଲାଗିବ। ୨୦୨୮ ଜୁଲାଇ ୧୯ରେ ଏହା ଶୁକ୍ରପୃଷ୍ଠରେ ଅବତରଣ କରିବ। କ୍ରମାଗତ ଭାବରେ ମହାକାଶ କ୍ଷେତ୍ରରେ ସଫଳତା ହାସଲ କରି ଚାଲିଥିବା ଇସ୍ରୋ ପାଇଁ ଏହା ଆଉ ଏକ ବଡ଼ ସଫଳତା ହେବ।
ଗ୍ରହକୁ ନେଇ ଅଧ୍ୟୟନ ପାଇଁ ଭେନସ୍‌ ଅର୍ବିଟର ମିଶନ ଭାରତର ପ୍ରଥମ ପ୍ରୟାସ ହେବ। ଅତ୍ୟାଧୁନିକ ବୈଜ୍ଞାନିକ ଉପକରଣକୁ ବ୍ୟବହାର କରି ଶୁକ୍ର ଗ୍ରହର ବାୟୁ ମଣ୍ଡଳୀୟ ସ୍ଥିତି, ଭୂପୃଷ୍ଠ ଏବଂ ଭୌଗୋଳିକ ବୈଶିଷ୍ଟ୍ୟଗୁଡ଼ିକୁ ଉକ୍ତ ମିଶନ ମାଧ୍ୟମରେ ଇସ୍ରୋ ଅଧ୍ୟୟନ କରିବ। ଖାସ୍‌କରି ଶୁକ୍ର ଗ୍ରହରେ ସମ୍ଭାବ୍ୟ ଆଗ୍ନେୟଗିରି ଏବଂ ଭୂକମ୍ପର କାର୍ଯ୍ୟକଳାପ ଉପରେ ଏହି ମିଶନ ମାଧ୍ୟମରେ ଇସ୍ରୋ ବୈଜ୍ଞାନିକମାନେ ଅନୁସନ୍ଧାନ କରିପାରିବେ। ଏହି ମିଶନରେ ଶୁକ୍ରୟାନ-୧ ସହ ସିନ୍ଥେଟିକ୍‌ ଆର୍ପେଚର ରାଡାର, ଇନ୍‌ଫ୍ରାଡ୍‌, ଅଲ୍‌ଟ୍ରା ଭାୟୋଲେଟ କ୍ୟାମେରା, ସେନ୍ସର ଆଦି ସହ ଅନେକ ଅତ୍ୟାଧୁନିକ ଉପକରଣକୁ ଶୁକ୍ର ଗ୍ରହର ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ
ପଠାଯିବ। ଉକ୍ତ ଉପକରଣଗୁଡ଼ିକ ମାଧ୍ୟମରେ ଶୁକ୍ର ଗ୍ରହର ବାତାବରଣ ସମ୍ପର୍କରେ ଇସ୍ରୋ ବୈଜ୍ଞାନିକମାନେ ଅନୁସନ୍ଧାନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଇଗଲା ଫାଇନାଲ! ଏହିଠି ରହିବେ ପୂର୍ବତନ ସିଏମ କେଜରିଓ୍ବାଲ

ନୂଆଦିଲ୍ଲୀ,୨।୧୦: ଅରବିନ୍ଦ କେଜରିୱାଲ ନିଜ ବାସଭବନ ପରିବର୍ତ୍ତନ କରିଛନ୍ତି। କେଜରିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିବାକୁ...

ମା’ଙ୍କୁ ମାରି ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ ପୁଅ: ଫାଶୀଦଣ୍ଡ ହାଇକୋର୍ଟରେ କାଏମ

ମୁମ୍ବାଇ, ୨।୧୦:୨୦୧୭ ଅକ୍ଟୋବର ୨୮ରେ ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ମାକଡ୍‌ଓ୍ବାଲା ବସାହାତ ଅଞ୍ଚଳରେ ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସୁନୀଲ କୁଚ୍‌କରୋଭି ନାମକ ଜଣେ...

ଏଲ୍‌ଏସିରେ ଅସ୍ବାଭାବିକ ସ୍ଥିତି: ମାନିଲେ ସେନାମୁଖ୍ୟ

ନୂଆଦିଲ୍ଲୀ,୨ା୧୦(ପି.ଟି.)”ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସ୍ଥିତି ସ୍ଥିର ରହିଥିଲେ ମଧ୍ୟ ସ୍ବାଭାବିକ ନ ଥବା ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର କହିଛନ୍ତି।...

ସ୍ମାର୍ଟଫୋନ୍‌ ନେବା ପରେ ଡେଲିଭରି ଏଜେଣ୍ଟଙ୍କୁ ହତ୍ୟାକଲେ ଗ୍ରାହକ: ଜାଣନ୍ତୁ କାହିଁକି

ଲକ୍ଷ୍ନୌ,୨ା୧୦:ଉତ୍ତରପ୍ରଦେଶର ଲକ୍ଷ୍ନୌରେ ରହୁଥିବା ଜଣେ ବ୍ୟକ୍ତି ଅନ୍‌ଲାଇନରେ ଫ୍ଲିପ୍‌କାର୍ଟରୁ ୨ଟି ସ୍ମାର୍ଟଫୋନ୍‌ ମଗାଇଥିଲେ। ଡେଲିଭରି ସମୟରେ ଦାମ୍‌ ପୈଠ କରିବାକୁ ସେ ସର୍ତ୍ତ ରଖିଥିଲେ। ଡେଲିଭରି...

ସ୍କୁଲ ଫି’ ଦେଇ ନ ଥିବା ପିଲାଙ୍କୁ ଖରାରେ ବସାଇଲେ ପ୍ରିନ୍ସିପାଲ

ଲକ୍ଷ୍ନୌ,୨ା୧୦:ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲା ଅନ୍ତର୍ଗତ ଶ୍ୟାମରାଜି ହାଇସ୍କୁଲର ୫୦ରୁ ଊର୍ଦ୍ଧ୍ୱ ପିଲା ଫି’ ପୈଠ କରି ନ ଥିବାରୁ ସ୍କୁଲ୍‌ ପ୍ରିନ୍ସିପାଲ ସେମାନଙ୍କୁ ଗେଟ୍‌ ବାହାରେ...

ଗାନ୍ଧୀ ଜୟନ୍ତୀରେ ସ୍ବତନ୍ତ୍ର ବାର୍ତ୍ତା ଦେଳେ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ...

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ବ୍ୟାପିଲା ଧୂଆଁ, ୩ ମୃତ

ପୁଣେ,୧୦।୨: ମହାରାଷ୍ଟ୍ରର ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଭଧାନ ବୁଡ୍ରୁକ ଗ୍ରାମ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ...

ରାସ୍ତାରୁ ହଟିବ ମନ୍ଦିର, ମସ୍‌ଜିଦ

ନୂଆଦିଲ୍ଲୀ,୨ା୧୦(ପି.ଟି.):ଦେଶବାସୀଙ୍କ ସ୍ବାର୍ଥ ସର୍ବୋପରି ହୋଇଥିବାରୁ ରାସ୍ତା, ରେଳଲାଇନ ଏବଂ ଜଳଉତ୍ସକୁ ଅବରୋଧ କରି ନିର୍ମାଣ ହୋଇଥିବା ମନ୍ଦିର, ଦରଘା ଆଦି ଧର୍ମୀୟ ଢାଞ୍ଚାକୁ ହଟାଇବାକୁ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri