ଭାରତର ଚେତାବନୀ କାମ ଦେଲା, କୋଭିଶିଲ୍ଡକୁ ବ୍ରିଟେନର ମାନ୍ୟତା…

ଲଣ୍ଡନ,୨୨।୯: ଶେଷରେ ଭାରତର ଚେତାବନୀ କାମ ଦେଇଛି। କୋଭିଶିଲ୍ଡକୁ ବ୍ରିଟେନ୍‌ ମାନ୍ୟତା ପ୍ରଦାନ କରିଛି। ଚେତାବନୀ ପରେ ବ୍ରିଟେନ ନିଜର ଭ୍ୟାକତସିନ୍‌ ନୀତିରେ ପୁଣି ପରିବର୍ତ୍ତନ କରିଛି। ଏହା ଅନ୍ତର୍ଗତ ବ୍ରିଟେନ୍‌ ପୁଣେର ସିରମ୍‌ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଭାକ୍ସିନ୍‌କୁ ନୂଆ ଯାତ୍ରା ନିୟମରେ ମାନ୍ୟତା ଦେଇଛି। ଭାରତ ଭାକ୍ସିନ୍‌ ନୀତିରେ ପରିବର୍ତ୍ତନ ଲାଗି ବ୍ରିଟେନ୍‌କୁ ସତର୍କ ସୂଚନା ଜାରି କରିଥିଲା।

ବ୍ରିଟେନ୍‌ ଏହାର ନୂତନ ଯାତ୍ରା ନୀତିରେ ଉଲ୍ଲେଖ କରିଛି ଯେ, ଆଷ୍ଟ୍ରାଜେନିକା କୋଭିଶିଲ୍ଡ, ଆଷ୍ଟ୍ରାଜେନିକା ଓ୍ବଜଓ୍ବେରିୟା ଏବଂ ମୋଡର୍ନା ଟକିଡ଼ା ଫର୍ମୂଲେଶନକୁ ମାନ୍ୟତା ପ୍ରଦାନ କରାଯାଉଛି। ତେବେ କୋଭିଶିଲ୍ଡର ଦୁଇ ଡୋଜ୍‌ ନେଇଥିବା ଭାରତୀୟ ବ୍ରିଟେନ୍‌ ଯାତ୍ରା କଲେ ଏବେ ମଧ୍ୟ ୧୦ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ ରହିଛି।

ସୂଚନାଯୋଗ୍ୟ, ବ୍ରିଟେନ୍‌ର ଯାତ୍ରା ନିୟମରେ କୋଭିଶିଲ୍ଡ ନେଇ ବିବାଦୀୟ ତଥ୍ୟ ରହିଥିଲା। ଭାରତୀୟ ବହିର୍ବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳ ଚେତାବନୀ ଦେଇଥିଲେ ଯେ, ଅକ୍ୱୋବର ୪ ସୁଦ୍ଧା ବ୍ରିଟେନ୍‌ ଏଥିରେ ପରିବର୍ତ୍ତନ ନ କଲେ ଭାରତ ମଧ୍ୟ ବ୍ରିଟେନ୍‌ରୁ ଆସୁଥିବା ଯାତ୍ରୀଙ୍କ ପ୍ରତି ସମାନ ପଦକ୍ଷେପ ଗ୍ରହଣ କରିବ। ବ୍ରିଟେନ୍‌ ନୀତି ଭେଦଭାବପୂର୍ଣ୍ଣ ବୋଲି ସେ କହିଥିଲେ।

Share