Categories: ଜାତୀୟ

ମତଦାନରେ ଭାରତର ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩ା୬: ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରେସ୍‌ମିଟ୍‌ ସୋମବାର ଆରମ୍ଭ ହୋଇଛି। ଏହି ପ୍ରେସ୍‌ମିଟ୍‌ରେ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି, ମତଦାନରେ ଭାରତ ବିଶ୍ୱ ରେକର୍ଡ କରିଛି। ଖାଲି ଏତିକି ନୁହେଁ, ଉକ୍ତ ପ୍ରେସ୍‌ମିଟ୍‌ରେ ଛିଡ଼ା ହୋଇ ଇସିଆଇ ମହିଳା ଭୋଟରଙ୍କୁ ସମ୍ମାନ ଜଣାଇଛନ୍ତି। ୩୧ କୋଟିରୁ ଅଧିକ ମହିଳା ଭୋଟରଙ୍କୁ ନେଇ ମତଦାନ ହୋଇଥିବା ସେ କହିଛନ୍ତି। ଏଥିରେ ଖୁସି ବ୍ୟକ୍ତ କରିଛନ୍ତି ନିର୍ବାଚନ କମିଶନ। ୨୦୧୯ଠାରୁ ୨୦୨୪ରେ ଅଧିକ ମହିଳା ଭୋଟର ରହିଥିବା ସେ କହିଛନ୍ତି। ୨୭ ରାଜ୍ୟରେ ରିପୋଲିଂ ବା ପୁନଃ ମତଦାନ ହୋଇ ନ ଥିବା ସେ କହିଛନ୍ତି।

ସେହିପରି ଜମ୍ମୁ ଓ କାଶ୍ମୀରରେ ଗତ ୪ ଦଶନ୍ଧୀରେ ସବୁଠୁ ଅଧିକ ମତଦାନ ହୋଇଛି । ଉପତ୍ଯକାରେ ୫୧.୦୫ ପ୍ରତିଶତ ପୋଲିଂ ହୋଇଛି । ମାତ୍ର ୩୯ଟି ବୁଥରେ ପୁନର୍ବାର ମତଦାନ ହୋଇଛି । ସାରା ଦେଶରେ ଶାନ୍ତି ଶୃଙ୍ଖଳାର ସହ ପୋଲିଂ ସରିଛି । ସାତଟି ପର୍ଯ୍ୟାୟରେ ହୋଇଥିବା ମତଦାନରେ କୌଣସି ବଡ଼ ହିଂସାକାଣ୍ଡ ଘଟିନି । ଏହି ନିର୍ବାଚନରେ ୬୮ ହଜାର ମନିଟରିଂ ଟିମ, ଦେଢ କୋଟି ପୋଲିଂ ଓ ସୁରକ୍ଷା କର୍ମଚାରୀ ନିୟୋଜିତ ଥିଲେ । ୪ ଲକ୍ଷ ଯାନବାହନ, ୧୩୫ ସ୍ବତନ୍ତ୍ର ଟ୍ରେନ୍‌, ୧୬୯୨ ବିମାନ, ହେଲିକପ୍ଟର ଆଦି ବ୍ୟବହାର କରାଯାଇଥିଲା। ୪୯୫ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରୁ ୯୦ ପ୍ରତିଶତ ସମାଧାନ ହୋଇଛି।

Share