Categories: ଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତର ଚିନ୍ତା ବଢିଲା

ନୂଆଦିଲ୍ଲୀ,୬।୧୨: ଡିସେମ୍ବର ୧୦ରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଦ୍ରୁତ ବୋଲର ଦୀପକ ଚହର ଟି-୨୦ ସିରିଜରେ ଟିମ ଇଣ୍ଡିଆର ଅଂଶ ଅଛନ୍ତି। ଏହା ପରେ ଦୀପକଙ୍କୁ ଦିନିକିଆ ସିରିଜର ଦଳରେ ମଧ୍ୟ ସାମିଲ କରାଯାଇଛି। କିନ୍ତୁ ବର୍ତ୍ତମାନ ରିପୋର୍ଟରେ ଦର୍ଶାଯାଇଛି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଦୀପକ ଉପଲବ୍ଧ ହୋଇ ନ ପାରନ୍ତି। ପିତାଙ୍କ ଅସୁସ୍ଥତା ହେତୁ ସେ ଆଫ୍ରିକା ସିରିଜ ପାଇଁ ସେ ଏହି ସିରିଜ୍‌ରେ ଅନୁପସ୍ଥିତ ରହିପାରନ୍ତି।
ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜର ଶେଷ ମ୍ୟାଚ ପୂର୍ବରୁ ଦୀପକ ତାଙ୍କ ଘରକୁ ଫେରିଥିଲେ। ଦୀପକ କହିଛନ୍ତି ଯେ, ତାଙ୍କ ପିତାଙ୍କର ମସ୍ତିଷ୍କ ଆଘାତ ଲାଗିଛି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୋ ବାପା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ ମୋତେ ଆଜି ଖେଳାଳି କରିଛନ୍ତି। ମୁଁ ତାଙ୍କୁ ଏହି ଅବସ୍ଥାରେ ଛାଡ଼ି କୌଣସି ସ୍ଥାନକୁ ଯାଇପାରିବି ନାହିଁ। ଭାରତୀୟ ପେସର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଦକ୍ଷିଣ ଆଫ୍ରିକା ସମ୍ପର୍କରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଚୟନକର୍ତ୍ତାଙ୍କ ସହ କଥା ହୋଇଛନ୍ତି।

Share