Categories: ଫୁରସତ

ଭାରତର ସାନ ଭାଇ

ମରିସସକୁ ଭାରତର ସାନ ଭାଇ ଦେଶ କୁହାଯାଏ। ସମୁଦ୍ର ଦ୍ୱୀପରେ ଅବସ୍ଥିତ ଏହି ଦେଶରେ ଏକ ମିନି ଇଣ୍ଡିଆ ଦେଖିବାକୁ ମିଳେ। ମରିସସରେ ବାସ କରୁଥିବା ଅଧିକାଂଶ ଲୋକଙ୍କ ପୂର୍ବଜ ଭାରତୀୟ ଥିଲେ। ବ୍ରିଟିଶମାନେ ସୁନା ଖଣିରେ କାମ କରିବାର ମିଥ୍ୟା ସ୍ବପ୍ନ ଦେଇ ଲକ୍ଷ ଲକ୍ଷ ଭାରତୀୟଙ୍କୁ ମରିସସକୁ ନେଇ ଯାଇଥିଲେ। ବିହାର ଏବଂ ଉତ୍ତରପ୍ରଦେଶରୁ ମରିସସକୁ ନିଆଯାଇଥିବା ଭାରତୀୟମାନେ ନିଜ ଦେଶକୁ ଫେରି ନ ଥିଲେ। ୧୨ ମାର୍ଚ୍ଚ ଅର୍ଥାତ୍‌ ଆଜି ମରିସସ ସ୍ବାଧୀନତା ଦିବସ ପାଳନ କରାଯାଏ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ମରିସସରେ ଅଛନ୍ତି। ମରିସସର ଜାତୀୟ ଦିବସରେ ଭାଗ ନେବାକୁ ସେ ସେଠାକୁ ଯାଇଛନ୍ତି। ଭାରତର ଲୋକମାନେ ବାସ କରୁଥିବା ମରିସସରେ ପ୍ରତିବର୍ଷ ମାର୍ଚ୍ଚ ୧୨କୁ ଜାତୀୟ ଦିବସ ଭାବରେ ପାଳନ କରାଯାଏ। ଏହି ଦିନ ମଧ୍ୟ ମରିସସର ଗଣତନ୍ତ୍ର କାର୍ଯ୍ୟକାରୀ ହୋଇଥିଲା। ଭାରତ ମହାସାଗରରେ ଅବସ୍ଥିତ ମରିସସ ଏକ ହିନ୍ଦୁ ରାଷ୍ଟ୍ର ଅଟେ। ୧୯୬୮ରେ ମରିରସ ସ୍ବାଧୀନ ହୋଇଥିଲା ଏବଂ ୧୯୯୨ରେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଖ୍ୟାତି ଅର୍ଜନ କରିଥିଲା। ୧୯୯୨ ପରେ ମରିସସ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଅଟେ। ଏଠାରେ ମଧ୍ୟ ନିୟମିତ ଭାବେ ନିର୍ବାଚନ ଅନୁଷ୍ଠିତ ହୁଏ।

Share