ଭାରତର ସବୁଠୁ ଯୁବ କୋଟିପତି ବ୍ୟବସାୟୀ, ଏକ ବର୍ଷରେ ରୋଜଗାର କଲେ ୯ ହଜାର କୋଟି

ନୂଆଦିଲ୍ଲୀ,୮ା୨: ଭାରତରେ ଶହଶହ କୋଟିପତି ଲୋକେ ଅବସ୍ଥାନ କରନ୍ତି, ଯେଉଁଠି ମୁକେଶ ଅମ୍ବାନୀ ଏବଂ ଗୌତମ ଅଦାନୀଙ୍କ ପରି ବିଶ୍ୱର ଧନୀ ବ୍ୟକ୍ତିମାନେ ମଧ୍ୟ ଅଛନ୍ତି। ପ୍ରତ୍ୟେକ ବର୍ଷ ଭାରତରେ ଅନେକ କୋଟିପତି ସୃଷ୍ଟି ହେଉଥିଲା ବେଳେ ଏହି ଧାରାରେ ସାମିଲ ୨୭ ବର୍ଷର ଜଣେ ଯୁବକ। ପର୍ଲ କପୁର ନାମକ ଏହି ଯୁବକ ଭାରତୀୟ କୋଟିପତି ଇତିହାସରେ ସବୁଠୁ ଯୁବ କୋଟିପତି ଭାବେ ତାଙ୍କର ନାମ ଲିପିବଦ୍ଧ କରିଛନ୍ତି।

ତାଙ୍କର ଏହି ସଫଳତା ନିଜର ଷ୍ଟାର୍ଟଅପ୍, ଜାଇବର ୩୬୫ ର ମେଟେରିକ୍ କାରବାର ବୃଦ୍ଧି ହେତୁ ହୋଇଥିଲା। ମେ ୨୦୨୩ ରେ ପ୍ରତିଷ୍ଠା ହୋଇଥିବା ଜାଇବର ୩୬୫ ହେଉଛି ଏକ ୱେବ୍ ୩ ଏବଂ ଏଆଇ ଆଧାରିତ ଓଏସ ଷ୍ଟାର୍ଟ ଅପ୍ ଯାହା କେବଳ ଖୁଚୁରା କ୍ଷେତ୍ରକୁ ବାଧା ଦେଇନାହିଁ ବରଂ ୟୁନିକର୍ଣ୍ଣ ସ୍ଟାଟସ ମାତ୍ର ତିନି ମାସ ମଧ୍ୟରେ ହାସଲ କରିଛି। ଜାଇବର ୩୬୫ ର ମୂଲ୍ୟ ବର୍ତ୍ତମାନ ୧ ବିଲିୟନ ଡଲାରରୁ ଅଧିକ, ତଥା ଏକ ୟୁନିକର୍ ଭାବରେ ଜଣା।

ଗୁଜୁରାଟର ଅହମ୍ମଦାବାଦରେ କମ୍ପାନୀ ପରିଚାଳନା ହେଉଥିଲା ବେଳେ ଲଣ୍ଡନରେ ଏହାର ମୁଖ୍ୟ କାର୍ୟ୍ୟାଳୟ ରହିଛି। ଏହି କମ୍ପାନୀକୁ ଭାରତ ଏବଂ ଏସିଆର ଦ୍ରୁତତମ ୟୁନିକର୍ଣ୍ଣ ଭାବରେ ସମ୍ମାନିତ କରାଯାଇଛି, ଯାହାର ମୂଲ୍ୟ ୧.୨ ବିଲିୟନ ଡ଼ଲାର୍ (ପ୍ରାୟ, ୮ ୯,୮୪୦ କୋଟି) ରହିଛି।

ଏହି ଷ୍ଟାର୍ଟଅପ୍ ନିକଟରେ ୧୦୦ ମିଲିୟନ୍ ଡଲାର୍ ପାଣ୍ଠି ସୁରକ୍ଷିତ କରିଛି, ଯେଉଁଥିରେ ଏସଆରଏମ ଏବଂ ଏମଆରଏଏମ ଗ୍ରୁପ୍ ୮.୩% ବିନିଯୋଗ କରିଛି।

Share