Categories: ଜାତୀୟ

ଏନ୍‌ସିବି ବିରୋଧରେ ପାତର ଅନ୍ତର ଅଭିଯୋଗ, ୮ଗିରଫ ହୋଇଥିବାବେଳେ ୩ ଜଣଙ୍କୁ କାହା ନିର୍ଦ୍ଦେଶରେ ଛଡ଼ାଯାଇଛି…

ନୂଆଦିଲ୍ଲୀ,୯।୧୦: କ୍ରୁଜ୍‌ ଡ୍ରଗ୍ସ୍‌ ମାମଲାରେ ବଲିଉଡ୍‌ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କ ଗିରଫକୁ ନେଇ ଏବେ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। କଂଗ୍ରେସ ନେତା ନଓ୍ବାବ ମଲିିକ୍‌ ଏନ୍‌ସିବି ଚଢ଼ାଉକୁ ମିଥ୍ୟା ଏବଂ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛନ୍ତି। ଜାଣିଶୁଣି ଆର୍ୟନଙ୍କୁ ଏହି ମାମଲାରେ ଜଡ଼ିତ କରାଯାଇଛି। ଆର୍ୟନଙ୍କ ପାଖରୁ କିଛି ମଧ୍ୟ ମିଳି ନାହିଁ ବୋଲି ସେ ଦାବି କରିଛନ୍ତି।

ପ୍ରତୀକ ଗାବା ଏବଂ ଆମିର ଫର୍ନିଚରଓ୍ବାଲା ଆର୍ୟନଙ୍କୁ ଫସାଇବାର ଯୋଜନା କରିଥିବା ସେ କହିଛନ୍ତି। ଏନ୍‌ସିବି ୧୧ ଜଣଙ୍କୁ ଗିରଫ କରିଥିବାବେଳେ କାହା ନିର୍ଦ୍ଦେଶ ୮ ଜଣଙ୍କୁ ରଖି ଜଣେ ଭାଜପା ନେତାଙ୍କ ସମ୍ପର୍କୀୟଙ୍କ ସମେତ ୩ ଜଣଙ୍କୁ ଛାଡି ଦେଇଥିଲା ତାହାର ଯାଞ୍ଚ୍‌ ଲାଗି ନଓ୍ବାବ ମଲିକ ଦାବି କରିଛନ୍ତି।

ଏଭଳି କରି ଏନ୍‌ସିବି ପାତର ଅନ୍ତର କରିଛି। ରିଷଭ ସଚ୍ଚଦେବାକୁ ଗିରଫ କରାଯିବାର ୨ ଘଣ୍ଟା ପରେ ଛାଡ଼ି ଦିଆଯାଇଥିଲା। ସେହିପରି ପ୍ରତୀକ ଗାବା ଏବଂ ଆମିର ଫର୍ନିଚରଓ୍ବାଲାଙ୍କୁ ମଧ୍ୟ ଛଡ଼ା ଯାଇଛି। ଏସବୁ ଯୋଜନାବଦ୍ଧ ଭାବେ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

Share