Categories: ଜାତୀୟ

ଟୁଇଟର ସହ ପ୍ରତିଦ୍ୱନ୍ଦିତା କରିବ ସ୍ବଦେଶୀ ଆପ୍‌ ‘କୁ’

ନୂଆଦିଲ୍ଲୀ,୧୧।୧: ନୂତନ କୃଷି ଆଇନ ଏବଂ କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତରେ ବିଭ୍ରାନ୍ତିକର ସୂଚନା ପୋଷ୍ଟ କରାଯାଉଥିବା ଅଭିଯୋଗ କରି ୧୧ଶହରୁ ଊର୍ଦ୍ଧ୍ୱ ଆକାଉଣ୍ଟକୁ ହଟାଇ ଦେବା ଲାଗି କେନ୍ଦ୍ର ସରକାର ଟୁଇଟରକୁ ଆଦେଶ ଦେଇଥିଲେ। ଏହାର ଜବାବରେ ଟୁଇଟର ବାକ ଅଧିକାର ସୁରକ୍ଷା ଲାଗି ଉଦ୍ଦିଷ୍ଟ ନୀତିକୁ ଦୃଷ୍ଟିରେ ରଖି କିଛି ଗଣମାଧ୍ୟମ ପ୍ରତିଷ୍ଠାନ, ଖବରଦାତା, ସାମାଜିକର୍ମୀ ଏବଂ ରାଜନେତାଙ୍କ ଆକାଉଣ୍ଟ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଟୁଇଟର ଏଭଳି ଜବାବକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ସ୍ବଦେଶୀ ଆପ ‘କୁ’(koo)ର ଚାହିଦା ବଢୁଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ‘କୁ’ ଆପକୁ ୩ ମିଲିୟନରୁ ଅଧିକ ୟୁଜର୍ସ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିଥିବା ଜଣାପଡିଛି।

Share