Categories: ଜାତୀୟ

ଜୈବବିବିଧତାର ସ୍ବଦେଶୀ ରକ୍ଷକ: ନାଜାଲ ଟିକାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୩ା୧୨:ବିଶ୍ୱରେ କୋଭିଡ୍‌ ମହାମାରୀ ପୁଣିଥରେ ଭୟ ସୃଷ୍ଟି କରିଥିବାବେଳେ ନାଜାଲ ଭାକ୍ସିନ୍‌କୁ ଭାରତ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ। ଇଞ୍ଜେକଶନରେ ଦିଆଯାଉଥିବା ଭାକ୍ସିନ ତୁଳନାରେ ନାଜାଲ ଟିକା ଭଲ ବୋଲି ବିବେଚନା କରାଯାଉଛି।
ଟିକାକୁ ଅନୁମୋଦନ କରିଥିବା ବିଶେଷଜ୍ଞ କମିଟି ଗୁରୁବାର ଏହାକୁ ମଞ୍ଜୁରୀ ପ୍ରଦାନ କରିଛି। ଇଞ୍ଜେକ୍‌ଶନରେ ଟିକା ନେବାକୁ ଭୟ କରୁଥିବା ଲୋକଙ୍କ ପାଇଁ ନାଜାଲ ଭାକ୍ସିନ ସହାୟକ ହେବ। ଏହାକୁ ଗଚ୍ଛିତ ରଖିବା ଓ ବଣ୍ଟନ କରିବା ସହ। ଏହି ଟିକା ନଷ୍ଟ ହେବା ସମ୍ଭାବନା କମ୍‌। ଭୂତାଣୁର ପ୍ରବେଶ ପଥ ନାକରେ ଟିକା ଦିଆଯାଉଥିବାରୁ ଏହା ଉପଯୁକ୍ତ ସୁରକ୍ଷା ଯୋଗାଇପାରିବ ବୋଲି କୁହାଯାଇଛି।

Share