Categories: ଜାତୀୟ

ସ୍ବଦେଶୀ ନାଭିଗେଶନ ସିଷ୍ଟମ୍‌ ‘ନାଭଆଇସି’କୁ ମାନ୍ୟତା: ଆମେରିକା-ରୁଷ୍‌-ଚାଇନା ସହିତ ସମକ୍ଷକ ଭାରତ

ନୂଆଦିଲ୍ଲୀ, ୧୦।୧୨: ଦେଶରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନାଭିଗେଶନ ସିଷ୍ଟମ୍‌ ‘ନାଭଆଇସି’କୁ ମାନ୍ୟତା ମିଳିଛି। ଏହାଦ୍ୱାରା ଆମେରିକା,ରୁଷ୍‌ ଏବଂ ଚାଇନା ସହିତ ଭାରତ ସମକ୍ଷକ ହୋଇପାରିଛି। ଆମେରିକା ଜିପିଏସ୍‌ ପ୍ରସ୍ତୁତ କରିଥିବାବେଳେ ରୁଷ୍‌ରେ ଗ୍ଲୋନେସ୍‌, ଚାଇନାରେ ବେଇଦାଉ ନାଭିଗେଶନ ସିଷ୍ଟମ୍‌ ପ୍ରସ୍ତୁତ କରାଯାଇଥିଲା। ଏବେ ଭାରତ ପକ୍ଷରୁ ଇଣ୍ଡିଆନ୍‌ ରିଜିଓନାଲ ନାଭିଗେଶନ ସାଟେଲାଇଟ୍‌ ସିଷ୍ଟମ୍‌ (ଆଇଆର୍‌ଏନ୍‌ଏସ୍‌ଏସ୍‌) ‘ନାଭଆଇସି’ ବିକଶିତ କରାଯାଇଛି। ଏହା ୧୫୦୦ କିଲୋମିଟର ମଧ୍ୟରେ ସଠିକ ସୂଚନା ପ୍ରଦାନ କରିବାକୁ ସକ୍ଷମ। ଇସ୍ରୋ ଅନୁସାରେ ‘ନାଭଆଇସି’କୁ ଓ୍ବାଲର୍‌ଡଓ୍ବାଇଡ୍‌ ରେଡ଼ିଓ ନାଭିଗେଶନ ସିଷ୍ଟମ୍‌ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ମେରି ଟାଇମ୍‌ କମିଟି ପକ୍ଷରୁ ‘ନାଭଆଇସି’କୁ ବ୍ୟବହାର କରାଯିବା ଲାଗି ସବୁଜ ସଙ୍କେତ ଦିଆଯାଇଛି।

Share