ଅକ୍ଟୋବର ସୁଦ୍ଧା ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ

ଭୁବନେଶ୍ୱର,୧୭।୨ (ଅନୁରାଧା ମହାରଣା): ଭାରତ ଖୁବ୍‌ ଶୀଘ୍ର ଏହାର ପ୍ରଥମ ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ ଆଡକୁ ଗତି କରୁଛି। ଚଳିତବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ‘ମେଡ୍‌ ଇନ୍‌ ଇଣ୍ଡିଆ’ ଚିପ୍‌ ପ୍ରସ୍ତୁତ ହେବ ବୋଲି ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଗୁଜରାଟର ଧୋଲେରାସ୍ଥିତ ଦେଶର ପ୍ରଥମ ସେମିକଣ୍ଡକ୍ଟର ଫାବ ପ୍ଲାଣ୍ଟ ଅଧୀନରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ତାଇୱାନର ପାୱାରଚିପ ସେମିକଣ୍ଡକ୍ଟର ଉତ୍ପାଦନ ନିଗମ (ପିଏସ୍‌ଏମ୍‌ସି)ର ସହଯୋଗରେ ବିକଶିତ ହେଉଛି। କେନ୍ଦ୍ର ବଜେଟ ୨୦୨୫ ଉପରେ ଆଲୋଚନା ବେଳେ ଆଇଟି ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ, ଏହି ଚିପ ନିର୍ଦ୍ଧାରିତ ସମୟର ଏକ ବର୍ଷ ପୂର୍ବରୁ ଉପଲବ୍ଧ ହେବ। ୨୦୨୪ ମାର୍ଚ୍ଚରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ଏବଂ ୨୦୨୬ ଶେଷ ସୁଦ୍ଧା ଉପତ୍ାଦନ ଆରମ୍ଭ ହେବ ବୋଲି ଆକଳନ କରାଯାଉଥିଲା। ମାତ୍ର ବର୍ତ୍ତମାନ ଦ୍ରୁତ ଗତିରେ କାମ ଚାଲିଥିବାବେଳେ ଏହି ଚିପ ୨୦୨୫ରେ ହିଁ ବଜାରକୁ ଆସିବ ବୋଲି ଆଶା କରାଯାଉଛି । ଟାଟା ଗ୍ରୁପ ଏହି ପ୍ରକଳ୍ପରେ ୯୧,୦୦୦ କୋଟି ଟଙ୍କା ବିନିଯୋଗ କରିଛି ଏବଂ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଧୋଲେରାରେ ୧୬୦ ଏକର ଜମି ଅଧିଗ୍ରହଣ କରିଛି। ଏହି ପ୍ରକଳ୍ପକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ପ୍ରାୟ ୭୦% ସବସିଡି ଦିଆଯାଉଛି, ଯାହା ଏହାକୁ ଭାରତର ଏକ ପ୍ରମୁଖ ସେମିକଣ୍ଡକ୍ଟର ହବ୍‌ କରିବାକୁ ଯୋଜନା କରାଯାଇଛି। ଏହା ସହିତ ଏହି ପ୍ରକଳ୍ପ ପ୍ରାୟ ୨୦,୦୦୦ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ସେମିକଣ୍ଡକ୍ଟର ଟେକ୍ନୋଲୋଜିରେ ନବସୃଜନ ବୃଦ୍ଧି ପାଇଁ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ (ଆଇଆଇଏସସି)କୁ ସରକାର ୩୩୪ କୋଟି ଟଙ୍କା ପ୍ରଦାନ କରୁଛନ୍ତି। ଟେଲିକମ ଏବଂ ଶକ୍ତି କ୍ଷେତ୍ରରେ ବ୍ୟବହୃତ ହେଉଥିବା ଗାଲିୟମ ନାଇଟ୍ରାଇଡ (ଜିଏଏନ୍‌) ଆଧାରିତ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଉପରେ ଗବେଷଣା ପାଇଁ ଏହି ପାଣ୍ଠି ଦିଆଯାଉଛି। ଆଇଆଇଏସସି ଦେଶର ପ୍ରଥମ ଇ-ମୋଡ ଜିଏଏନ୍‌ ପାୱାର ଟ୍ରାନ୍‌ଜିଷ୍ଟରକୁ ବିକଶିତ କରିଛି, ଯାହା ବିଶ୍ୱବ୍ୟାପୀ ସର୍ବୋତ୍ତମ ଟେକ୍ନୋଲୋଜି ମଧ୍ୟରୁ ଗୋଟିଏ ଭାବରେ ପରିଗଣିତ। ନିକଟରେ ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ୧୩,୧୬୨ କୋଟି ଟଙ୍କା ବିନିଯୋଗ ହୋଇଛି ଏବଂ ଆଗକୁ ଆହୁରି ଅଧିକ ପୁଞ୍ଜି ବିନିଯୋଗ ଆଶା କରାଯାଉଛି। ସରକାର ବର୍ତ୍ତମାନ ୨୩୪ ବିଶ୍ୱବିଦ୍ୟାଳୟକୁ ଅତ୍ୟାଧୁନିକ ସେମିକଣ୍ଡକ୍ଟର ଡିଜାଇନ ଉପକରଣ ଯୋଗାଉଛନ୍ତି। ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ୧.୦ କୁ ସଂପୂର୍ଣ୍ଣ କରିବା ପାଇଁ ଆଇଟି ମନ୍ତ୍ରଣାଳୟ ଶିଳ୍ପ ସହିତ ମିଳିତ ଭାବରେ କାର୍ଯ୍ୟ କରୁଛି। ମୋହାଲସ୍ଥିତ ସେମିକଣ୍ଡକ୍ଟର ଲାବର ଆଧୁନିକୀକରଣ ପରେ ସରକାର ଆଇଏସଏମ୍‌ ୨.୦ ପାଇଁ ଯୋଜନା ଚୂଡାନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ସଂସଦ ସର୍ବୋଚ୍ଚ, ଏହା ଉପରେ କେହି ନୁହଁନ୍ତି’: ପୁଣି ସୁପ୍ରିମକୋର୍ଟକୁ ଟାର୍ଗେଟ୍‌ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୪: ଉପରାଷ୍ଟ୍ରପତି ଜଗଦୀପ ଧନଖର ପୁଣି ଥରେ ଭାରତର ସମ୍ବିଧାନରେ ନିର୍ଦ୍ଦିଷ୍ଟ ଶାସନ ଢାଞ୍ଚାରେ ନ୍ୟାୟପାଳିକାର ଭୂମିକା ଏବଂ ସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ...

ଗଞ୍ଜାମ ପୁଲିସରର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅନ୍ୟାୟ, ଅତ୍ୟାଚାର ଅଭିଯୋଗ: ନ୍ୟାୟ ଦାବିରେ ସପରିବାର ଧାରଣା

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଗ୍ରାମର ଲିପି ସାହୁଙ୍କ ପରିବାର ଉପରେ କିଛି ଲୋକ ଅନ୍ୟାୟ, ଅତ୍ୟାଚାର କରି ଚାଲିଥିବା ଅଭିଯୋଗ...

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

IPL ରେ ଏହି ଟିମ ଉପରେ ଆସିଲା Match Fixing ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଜିତିଥିବା ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ Match Fixingର ଅଭିଯୋଗ ଆସିଛି। ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବା...

ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ

ଚେନ୍ନାଇ,୨୨।୪: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ମା’ ହୋଇଛନ୍ତି। ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାସହ ଜ୍ୱାଲାଙ୍କ ଖୁସି ଦ୍ୱିଗୁଣିତ ହୋଇଛି।...

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image