Advertisement

ଇଣ୍ଡିଗୋର ନୂଆ ସିଇଓ ହେଲେ ପିଟର ଏଲବର୍ସ

ନୂଆଦିଲ୍ଲୀ,୧୮।୫: ଇଣ୍ଡିଗୋର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ପିଟର ଏଲବର୍ସଙ୍କୁ ନିଯୁକ୍ତି ମିଳିଛି। ଅନୁମୋଦନ ପରେ ଆସନ୍ତା ଅକ୍ଟୋବର ୧ କିମ୍ବା ପୂର୍ବରୁ ସେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ତେବେ ଏଲବର୍ସ ୨୦୧୪ରୁ କେଏଲ୍‌ଏମ୍‌ ରୟାଲ ଡଚ୍‌ ଏୟାରଲାଇନ୍ସର ସଭାପତି ଓ ସିଇଓ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏହି ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ଇଣ୍ଡିଗୋ ବଡ଼ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଇଣ୍ଡିଗୋର ସିଇଓ ଭାବେ ରୋନଜୟ ଦତ୍ତ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୨ ମସିହା ସେପ୍ଟେମ୍ବର ୩୦ରେ ଶେଷ ହେବ। ଏହାପରେ ପିଟର ସିଇଓ ଭାବେ କାର୍ଯ୍ୟ ଆରମ୍ଭ କରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share