ନୂଆଦିଲ୍ଲୀ,୨୯ ।୧୦: ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନକୁ ଶୁକ୍ରବାର ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଛି । ବିମାନଟି ରନୱେରେ ଟେକ୍ ଅପ୍ କରୁଥିବା ସମୟରେ ଏଥିରୁ ନିଆଁ ବାହାରୁଥିବା ଦେଖାଯାଇଥିଲା । ଆଉ ମାତ୍ର ୫-୭ ସେକେଣ୍ଡ ଭିତରେ ବିମାନଟି ଉଡିବା ଆରମ୍ଭ କରିଥାଆନ୍ତା । ହେଲେ ଏହା ଜଣାପଡିବା ପରେ ବିମାନଟିକୁ ତୁରନ୍ତ ଲ୍ୟାଣ୍ଡ କରାଯାଇଥିଲା । ଇଣ୍ଡିଗୋ ଏୟାର ଲାଇନ୍ସର ୬ଇ-୨୧୩୧ ବିମାନଟି ଶୁକ୍ରବାର ରାତି ପ୍ରାୟ ୯ଟା ୪୫ରେ ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ହେଲେ ଏହାକୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଥିଲା । ବିମାନରେ ଥିବା ପ୍ରାୟ ୧୮୪ ଯାତ୍ରୀ ଓ ଚାଳକ ଦଳର ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ଜଣାପଡିଛି ।
https://twitter.com/v_singh97/status/1586053335013990400?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1586053335013990400%7Ctwgr%5E0ab16d13fcbab4a2d71e9405cd33324fa0fc23fd%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Findigo-flight-6e-2131-delhi-to-bangalore-grounded-at-delhi-airport-after-a-suspected-spark-in-the-aircraft-2247698