Categories: ଜାତୀୟ

କୋଚି-ବାଙ୍ଗାଲୋର ଯାଉଥିବା ବିମାନକୁ ମିଳିଲା ବୋମା ଧମକ

ଥିରୁଭାନନ୍ତପୁରମ୍‌,୨୮।୮: କୋଚିରୁ ବାଙ୍ଗାଲୋରକୁ ଯାଉଥିବା ଏକ ଇଣ୍ଡିଗୋ ବିମାନ ବୋମା ଧମକ ପାଇବା ପରେ ଉତ୍ତେଜନା ଦେଖାଯାଇଛି। ବିମାନରେ ସମୁଦାୟ ୧୩୯ ଜଣ ଯାତ୍ରୀ ଥିଲେ। ସୋମବାର କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଧମକ ମିଳିବା ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଯାଇଛି।

ସୂଚନାନୁଯାୟୀ, ବିମାନ ନମ୍ବର ୬ଇ୬୪୮୨ ବିମାନଟି ପୂର୍ବାହ୍ନ ୧୦.୩୦ରେ ବେଙ୍ଗାଲୁରୁ ଅଭିମୁଖେ ଉଡାଣ ଭରିବାକୁ ଯାଉଥିଲା।କୋଚି ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ କହିଛି ଯେ, ଯେତେବେଳେ ବିମାନଟି ଉଡ଼ାଣ ଭରିବାକୁ ଯାଉଥିଲା, ସେତେବେଳେ ବିମାନ ବନ୍ଦରର ସିଏସଏଫ କଣ୍ଟ୍ରୋଲ ରୁମକୁ ବୋମା ବିମାନରେ ବୋମା ଥିବା କଲ ଆସିଥିଲା।

 

Share