ନୂଆଦିଲ୍ଲୀ,୮।୪: ଦିଲ୍ଲୀ-ବାଙ୍ଗାଲୋର ଅଭିମୁଖେ ଯାଉଥିବା ୬ଇ ୩୦୮ ଇଣ୍ଡିଗୋ ବିମାନରେ ୪୦ ବର୍ଷିୟ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବ୍ୟକ୍ତି ଜଣଙ୍କ ନିଶାସକ୍ତ ଅବସ୍ଥାରେ ବିମାନର ଜରୁରୀକାଳୀନ କବାଟ ଫ୍ଲପ ଖୋଲିବାକୁ ଚେଷ୍ଟା କରୁଥିଲେ। ଏହି ଉଲ୍ଲଂଘନକୁ ଲକ୍ଷ୍ୟ କରି ବୋର୍ଡର କର୍ମଚାରୀମାନେ କ୍ୟାପଟେନଙ୍କୁ ସତର୍କ କରାଇଥିଲେ। ବିମାନଟି ବେଙ୍ଗାଲୁରୁରେ ପହଞ୍ଚିବା ପରେ ଯାତ୍ରୀଙ୍କୁ ସିଏସଏଫକୁ ହସ୍ତାନ୍ତର କରାଯାଇଥିବା ବେଳେ ମାମଲାର ତଦନ୍ତ ଚାଲିଛି।