Categories: ଜାତୀୟ

ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନ ଦିଲ୍ଲୀରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ,୫।୮: ଦିଲ୍ଲୀରୁ ରାଞ୍ଚି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନର ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବର୍ତ୍ତମାନ ଏହାକୁ ନେଇ ଯାଞ୍ଚ କରାଯାଉଛି।

ମିଳିଥିବା ସୂଚନାନୁଯାୟୀ, ଦିଲ୍ଲୀରୁ ରାଞ୍ଚି ପାଇଁ ଇଣ୍ଡିଗୋ ବିମାନ ଶନିବାର ସକାଳ ପ୍ରାୟ ୭ଟାରେ ଉଡାଣ ଭରିଥିଲା। ତେବେ ଉଡାଣ ଭରିବାର ଏକ ଘଣ୍ଟା ପରେ ବିମାନ ଭିତରେ କମ୍ପନ ଅନୁଭୂତ ହୋଇଥିଲା। ଯାହା ପରେ ପାଇଲଟ ଯାନ୍ତ୍ରିକ ତ୍ରୁଟି ଥିବା ସୂଚନା ଦେଇଥିଲେ, ଏବଂ ପରେ ଦିଲ୍ଲୀକୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିଛି ସମୟ ପରେ ବିମାନଟି ଦିଲ୍ଲୀରେ ଜରୁରୀ ଅବତରଣ କରିଛି।

Share