Categories: ଜାତୀୟ

ପାକିସ୍ତାନରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ,୨ ।୩: ଶରଜାହାରୁ ଲକ୍ଷ୍ନୌ ଆସୁଥିବା ଏକ ଇଣ୍ଡିଗୋ ବିମାନ ମଙ୍ଗଳବାର ପାକିସ୍ତାନର କରାଚି ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏଥିରେ ଥିବା ଜଣେ ଯାତ୍ରୀ ଅସୁସ୍ଥ ହୋଇପଡିବାରୁ ବିମାନଟି ଜରୁରୀ ଅବତରଣ କରିଥିଲା । ହେଲେ ଅବତରଣ ବେଳକୁ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା କହିଥିଲେ କରାଚି ବିମାନ ବନ୍ଦରର ମେଡିକାଲ ଟିମ୍ । ଏୟାର ଲାଇନ୍ସ ପକ୍ଷରୁ ମୃତ ଯାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।

Share