Categories: ଜାତୀୟ

ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ

ଅହମଦାବାଦ,୧।୧୦: ଅହମଦାବାଦରୁ ପାଟନା ଅଭିମୁଖେ ଯାତ୍ରା କରୁଥିବା ଏକ ଇଣ୍ଡିଗୋ ବିମାନରେ ଦୁର୍ବବ୍ୟହାର ଅଭିଯୋଗରେ ଶନିବାର ଜଣେ ୨୭ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ପାଟନାରେ ଗିରଫ କରାଯାଇଥିଲା। ଅଟକ ଥିବା ବ୍ୟକ୍ତିଙ୍କୁ ‘ବିଶେଷ ଆବଶ୍ୟକତା’ ଥିବା ବ୍ୟକ୍ତି ଭାବରେ ଚିହ୍ନଟ କରାଯାଇଛି, ଅର୍ଥାତ୍‌ ତାଙ୍କ ଯତ୍ନ ନେବା ପାଇଁ କେହି ଉପସ୍ଥିତ ରହିବା ଆବଶ୍ୟକ। ଏହି ଘଟଣା ଇଣ୍ଡିଗୋ ବିମାନ ୬ଇ ୧୨୬ରେ ଘଟିଛି।

ବିହାରର ରାଜଧାନୀ ପାଟନାରେ ଅଟକ ଥିବା ଉକ୍ତ ବ୍ୟକ୍ତିଙ୍କ ନାମ ମହମ୍ମଦ କାମାର ରିଆଜ ବୋଲି ଜଣାପଡିଛି। ଏହି ବ୍ୟକ୍ତି ଆକାଶରେ ଉଡ଼ୁଥିବା ସମୟରେ ୱାଶରୁମରେ ନିଜକୁ ବନ୍ଦ କରିଦେଇଥିଲେ। ବିମାନ ପାଟନାରେ ଅବତରଣ କରିବା ମାତ୍ରେ ଏହି ବ୍ୟକ୍ତିଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପାଟନା ବିମାନବନ୍ଦରର ଏସଏଚଓ ବିନୋଦ ପିଟର କହିଛନ୍ତି ଯେ ବିମାନରେ ଉନ୍ମତ୍ତ କାଣ୍ଡ କରିବା ସହ ଦୁର୍ବବ୍ୟହାର କରିଥିବାରୁ ବିମାନ କମ୍ପାନୀ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଛି।

Share