Categories: ଜାତୀୟ

ଇଣ୍ଡିଗୋ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ

ଗୁଆହାଟୀ,୪।୬: ଆସାମର ଗୁଆହାଟୀରୁ ଦିବ୍ରୁଗଡ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ରବିବାର ସକାଳେ ଟେକଅପ କରିବାର କିଛି ମିନିଟ ଭିତରେ ଗୋପିନାଥ ବୋରଦୋଲୋଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ଫେରି ଆସିଥିଲା। ବିମାନରେ ଜଣେ କେନ୍ଦ୍ର ମନ୍ତ୍ରୀ ଓ ଦୁଇଜଣ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ଥିଲେ।

ବିମାନ ନମ୍ବର ୬ଇ୨୬୫୨ ଗୁଆହାଟୀରୁ ସକାଳ ୮ଟା ୪୦ରେ ଟେକଅପ କରିଥିଲା ଏବଂ ପ୍ରାୟ ୨୦ମିନିଟ ମଧ୍ୟରେ ବିମାନବନ୍ଦରକୁ ଫେରିଆସିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ଫେରି ଆସିଥିବା କୁହାଯାଉଛି। ଏହି ଯାତ୍ରାରେ ବା ଉକ୍ତ ବିମାନରେ ଆସାମର କେନ୍ଦ୍ର ରାଜ୍ୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ରମେଶ୍ୱର ଟେଲି ଏବଂ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ର ଦୁଇଜଣ ବିଧାୟକ ପ୍ରଶାନ୍ତ ଫୁକାନ ଏବଂ ଟେରୋଶ ଗୋୱାଲା ଥିଲେ।

Share