Categories: ଜାତୀୟ

ବିମାନରେ ପୁଣି ମହିଳା ଯାତ୍ରୀଙ୍କୁ ଦୁର୍ବବ୍ୟହାର

ନୂଆଦିଲ୍ଲୀ,୧୧।୯: ଉଡନ୍ତା ବିମାନରେ ମହିଳାଙ୍କ ପ୍ରତି ଦୁର୍ବବ୍ୟହାର ଘଟଣା ଯେମିତି ଥମିବାର ନାଁ ନେଉନାହିଁ। ଏବେ ମୁମ୍ବାଇରୁ ଗୁଆହାଟି ଯାଉଥିବା ଇଣ୍ଡିଗୋ ବିମାନରେ ମହିଳା ଯାତ୍ରୀଙ୍କ ସହ ଦୁର୍ବବ୍ୟହାର ହୋଇଥିବା ଖବର ଆସିଛି। ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି। ମୁମ୍ବାଇରୁ ଗୁଆହାଟୀ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ମହିଳାଙ୍କୁ ଦୁର୍ବବ୍ୟହାର କରାଯାଇଥିଲା। ପୀଡିତା ମହିଳା ଯାତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପାଖରେ ବସିଥିବା ବ୍ୟକ୍ତି ତାଙ୍କୁ ଅନୁପଯୁକ୍ତ ଭାବରେ ଛୁଇଁବାକୁ ଚେଷ୍ଟା କରିଥିଲେ। କେବଳ ଏତିକି ନୁହେଁ, ଉକ୍ତ ପୁରୁଷ ଜଣଙ୍କ ମଧ୍ୟ ତାଙ୍କ ନିକଟକୁ ଆସିଥିଲେ, ଏହା ପରେ ମହିଳା ଯାତ୍ରୀ ଏକ ଆଲାର୍ମ ଉଠାଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

Share