Categories: ବାଣିଜ୍ୟ

୧୦୦୦ କୋଟିର ରିଫଣ୍ଡ ଦେଇଛି ଇଣ୍ଡିଗୋ

ନୂଆଦିଲ୍ଲୀ: କୋଭିଡ୍‌ ଯୋଗୁ ଲୋକମାନେ ବିମାନ ଯାତ୍ରା କରିବାକୁ ସକ୍ଷମ ହୋଇ ନ ଥିଲେ। ପୂର୍ବରୁ ବୁକିଂ ହୋଇଥିବା ଟିକେଟର ରିଫଣ୍ଡ ବିମାନ କମ୍ପାନୀଗୁଡିକୁ ତୁରନ୍ତ ଦେଇ ନ ପାରିବା ଯୋଗୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ କରିବା ସହ ରିଫଣ୍ଡ ଜାରି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଦେଶର ପ୍ରମୁଖ ବିମାନ ସେବା ଯୋଗାଣକାରୀ କମ୍ପାନୀ ଇଣ୍ଡିଗୋ ଏହାର ଯାତ୍ରୀଙ୍କୁ ୧ ହଜାର କୋଟି ଟଙ୍କାର ରିଫଣ୍ଡ ଜାରି କରିଛି। ଏହା କମ୍ପାନୀର ମୋଟ ରିଫଣ୍ଡର ପ୍ରାୟ ୯୦% ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଣଜୟ ଦତ୍ତ କହିଛନ୍ତି। ସେ କହିଛନ୍ତି, ଅକସ୍ମାତ କୋଭିଡ୍‌ ସମସ୍ୟା ସୃଷ୍ଟି କରିବାକୁ ବିମାନ ଶିଳ୍ପକୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଛି। କମ୍ପାନୀଗୁଡିକ ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛନ୍ତି। ଅର୍ଥ ଆସିବା ବନ୍ଦ ହୋଇଯିବା ଫଳରେ ରିଫଣ୍ଡ ଦେବାରେ ସମସ୍ୟା ଉପୁଜିଥିଲା। ହେଲେ ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ବର୍ତ୍ତମାନ ବିଭିନ୍ନ ସୁବିଧା କରାଯାଉଛି।

Share