Categories: ଜାତୀୟ

ଅକ୍ଟୋବର ୧ରୁ ବଢିବ ଇଣ୍ଡିଗୋ ବିମାନ କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ,୩।୮: ଦେଶର ବୃହତ୍ତମ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏହାର ପାଇଲଟ ଏବଂ କ୍ୟାବିନ କ୍ରୁଙ୍କ ଦରମା ବୃଦ୍ଧି କରିବାକୁ ଘୋଷଣା କରିଛି। କମ୍ପାନୀ କହିଛି ଯେ, ଦରମା ବୃଦ୍ଧି ନିଷ୍ପତ୍ତି ୨୦୨୩ ଅକ୍ଟୋବର ୧ରୁ ଲାଗୁ ହେବ।

ଇଣ୍ଡିଗୋର ଫ୍ଲାଇଟ ଅପରେସନ୍ସର ସିନିୟର ଭାଇସ ପ୍ରେସିଡେଣ୍ଟ ଅସୀମ ମିତ୍ରା କହିଛନ୍ତି ଯେ, ସର୍ବପ୍ରଥମେ ଆମେ ଆଗକୁ ବଢିବା ସହ ଆର୍ଥିକ ଦୃଷ୍ଟିରୁ ନିଜକୁ ମଜବୁତ କରିଛୁ। ଏକ ସମୀକ୍ଷା ପରେ, ଆମେ କୋଭିଡ ପୂର୍ବ ସ୍ତରରେ ବେତନ ଭତ୍ତାକୁ ପୁନଃ ସ୍ଥାପିତ କରିଛୁ। ଆଗାମୀ ଦିନରେ, ବିମାନ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ଆମେ ଆମର ଦଳ ସହିତ ମିଳିତ ଭାବରେ କାର୍ଯ୍ୟ କରିବୁ। ସଂଶୋଧିତ ବେତନ ସଂରଚନା ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ। ଇଣ୍ଡିଗୋ ଏହାର ପାଇଲଟ ଏବଂ କ୍ୟାବିନ କ୍ରୁଙ୍କ ବେତନ ବୃଦ୍ଧି ଉପରେ କାମ ଆରମ୍ଭ କରିଛି ଏବଂ ବିମାନର ଏହି ନିଷ୍ପତ୍ତି ଦ୍ୱାରା ୪୫୦୦ ଫ୍ଲାଇଟ କ୍ରୁ ମେମ୍ବର ଉପକୃତ ହେବେ।

Share