Categories: ଜାତୀୟ

ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଲା ପରେ ଜରୁରୀ ଅବତରଣ କଲା ଇଣ୍ଡିଗୋ

ନୂଆଦିଲ୍ଲୀ,୮।୨: ଇଣ୍ଡିଗୋର ଜେଡ୍ଡା-ଦିଲ୍ଲୀ ବିମାନ ମଙ୍ଗଳବାର ଯୋଧପୁରରେ ଜରୁରୀକାଳୀନ ଅବତରଣ କରିଛି। ଜଣେ ଯାତ୍ରୀଙ୍କ ଅସୁସ୍ଥତା ହେତୁ ଜରୁରୀକାଳୀନ ଅବତରଣ କରିଥିଲା। ଏହାପରେ ଯୋଧପୁରର ଗୋୟଲ ହସ୍ପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ହେଉଛନ୍ତି ଜମ୍ମୁ-କଶ୍ମୀରର ବାସିନ୍ଦା ମିତ୍ର ବାନୋ(୬୧)। ଇଣ୍ଡିଗୋ ବିବୃତ୍ତି ଅନୁଯାୟୀ, ବିମାନରେ ଥିବା ଜଣେ ଡାକ୍ତର ଯାତ୍ରୀଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇବାରେ ସାହାଯ୍ୟ କରିଥିଲେ। ହେଲେ ଦେହ ଅଧିକ ଖରାପ ହେବାରୁ ବିମାନ ଜରୁରୀ ଅବତରଣ କରିଥିଲା। ଏୟାରଲାଇନ୍ସ ମିତ୍ର ବାନୋଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ମଧ୍ୟ ସମବେଦନା ଜଣାଇଛି।

Share