Categories: ଜାତୀୟ

ଲାଟମ ଏୟାରଲାଇନ୍ସ ପରେ ଏବେ ଇଣ୍ଡିଗୋ ପାଇଲଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୭।୮: ତିନି ଦିନ ମଧ୍ୟରେ ବିମାନ ଭିତରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏକ ଘଟଣା ଲାଟମ ଏୟାରଲାଇନ୍ସ ବିମାନରୁ ଆସିଥିବା ବେଳେ ଆଜି ଏକ ମାମଲା ଇଣ୍ଡିଗୋ ଏୟାରଲାଇନ୍ସରୁ ଆସିଛି। ଗୁରୁବାର ଯେତେବେଳେ ବିମାନଟି ନାଗପୁରରୁ ପୁଣେ ଅଭିମୁଖେ ଉଡାଣ ଭରିବାକୁ ପ୍ରସ୍ତୁତ ହେଉଥିଲା। ଇଣ୍ଡିଗୋ ସୂଚନା ଦେଇଛି ଯେ, ପାଇଲଟ ବୋର୍ଡିଂ ଗେଟ୍‌ ପାଖରେ ବେହୋଶ ହୋଇଯାଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଇଣ୍ଡିଗୋ ମୃତ ପାଇଲଟଙ୍କ ନାମ ଏବଂ ତାଙ୍କ ବିଷୟରେ ଅନ୍ୟାନ୍ୟ ସୂଚନା ଦେଇନାହିଁ।

Share