Categories: ଜାତୀୟ

ଉଡିବା ଆରମ୍ଭ କରୁ କରୁ ରନ୍‌ୱେରୁ ଖସିଗଲା ଇଣ୍ଡିଗୋ ବିମାନ

ଜୋରହାଟ,୨୯ ।୭: ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ଉଡିବା ଆରମ୍ଭ କରୁ କରୁ ରନୱେରୁ ଖସି ଯାଇଥିବା ଜଣାପଡିଛି । ତେବେ କୌଣସି ପ୍ରକାରେ ପାଇଲଟ ବିମାନଟିକୁ ଅଟକାଇ ଦେବା ସହ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଏହି ବିମାନଟି ଆସାମର ଜୋରହାଟରୁ କୋଲକତା ଯାତ୍ରା ଆରମ୍ଭ କରିଥିଲା । ହେଲେ ଟେକଅପ ପୂର୍ବରୁ ଏହି ଘଟଣା ଘଟିଥିବା ଜଣାପଡିଛି । ତେବେ ଏହି ଘଟଣାରେ କେହି ଆହତ ହୋଇ ନ ଥିବା ବେଳେ ସମସ୍ତଙ୍କ୍‌ୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

Share