Categories: ଜାତୀୟ

ଯାନ୍ତ୍ରିକ ତ୍ରୁଟି ଯୋଗୁ କରାଚିରେ ଜରୁରୀ ଅବତରଣ କଲା ବିମାନ

ନୂଆଦିଲ୍ଲୀ,୧୭।୭: ଶାରଜାହାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋ ଯାତ୍ରୀବାହୀ ବିମାନ ରବିବାର କରାଚିରେ ଜରୁରୀ ଅବତରଣ କରିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟିକୁ କରାଚିରେ ଅବତରଣ କରାଇବାକୁ  ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ କରାଚି ବିମାନବନ୍ଦରରେ ବିମାନଟିର ଯାଞ୍ଚ କରାଯାଉଛି। ତେବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ହାଇଦ୍ରାବାଦ ଆଣିବାକୁ ଆଉ ଏକ ବିମାନକୁ କର୍ତ୍ତୃପକ୍ଷ ପଠାଇଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବରୁ ସ୍ପାଇସଜେଟ ବିମାନକୁ ମଧ୍ୟ ପାକିସ୍ତାନର ଏହି ବିମାନବନ୍ଦରରେ ଅବତରଣ କରିବାକୁ ପଡିଥିଲା।

Share