Categories: ଜାତୀୟ

ଏୟାରବସଠାରୁ ୫୦୦ ନୂଆ ଏ୩୨୦ ବିମାନ କିଣିବ ଇଣ୍ଡିଗୋ

ନୂଆଦିଲ୍ଲୀ,୧୯।୬: ଭାରତୀୟ ବିମାନ ସେବା କମ୍ପାନି ଇଣ୍ଡିଗୋ ଫ୍ରାନ୍ସ କମ୍ପାନି ଏୟାରବସଠାରୁ ୫୦୦ ନୂଆ ଏୟାରବସ ଏ୩୨୦ ବିମାନ କିଣିବାକୁ କିଣିବାକୁ ଯାଉଛି। ଏହା କୌଣସି ଭାରତୀୟ ଏୟାରଲାଇନ୍ସ ଦ୍ୱାରା ଅର୍ଡର କରାଯାଇଥିବା ସର୍ବାଧିକ ବିମାନ ବୋଲି କୁହାଯାଉଛି । ଏହି ବିମାନଗୁଡିକ ୨୦୨୦ରୁ ୨୦୩୫ମଧ୍ୟରେ ଡେଲିଭରୀ କରାଯିବ ବୋଲି ଆଶା କରାଯାଉଛି।

ଇଣ୍ଡିଗୋ ୫୦୦ ନୂତନ ଏୟାରବସ ଏ୩୨୦ ବିମାନର ଅର୍ଡର ଦେଇଛି। ଇଣ୍ଡିଗୋ ହେଉଛି ବିଶ୍ୱର ପ୍ରଥମ ବିମାନ କମ୍ପାନୀ, ଏକାଥରକେ ଏତେ ସଂଖ୍ୟକ ବିମାନ କିଣିବା ପାଇଁ ଏୟାରବସ ସହିତ କାରବାର କରିଛି। ଚଳିତ ବର୍ଷ ଭାରତରୁ ଏଭଳି ସଂଖ୍ୟକ ବିମାନ ଅର୍ଡର କରିବାର ଏହା ହେଉଛି ଦ୍ୱିତୀୟ ମାମଲା। ଏହି ବର୍ଷ ଟାଟା ଗ୍ରୁପ୍‌ର ମାଲିକାନା ଥିବା ଏୟାର ଇଣ୍ଡିଆ ଏହା ପୂର୍ବରୁ ୪୭୦ଟି ନୂଆ ବିମାନ କିଣିବା ପାଇଁ ଏୟାରବସ ଏବଂ ବୋଇଙ୍ଗ ସହିତ ଚୁକ୍ତି ଘୋଷଣା କରିଥିଲା।

Share