ନୂଆଦିଲ୍ଲୀ,୨୭ା୩: ଗ୍ରୀଷ୍ମକାଳୀନ ଅବଧି ପାଇଁ ଦେଶର ପ୍ରମୁଖ ଏୟାରଲାଇନ୍ ସଂସ୍ଥା ‘ଇଣ୍ଡିଗୋ’ ଦେଶର ପ୍ରମୁଖ ଘରୋଇ ମେଟ୍ରୋ ସହର ଏବଂ ଆଞ୍ଚଳିକ କେନ୍ଦ୍ରଗୁଡ଼ିକୁ ଯୋଡ଼ିବା ପାଇଁ ରବିବାର ଅର୍ଥାତ୍ ଫେବୃଆରୀ ୨୭ଠାରୁ ୧୦୦ଟି ବିମାନ ଉଡାଣ ଆରମ୍ଭ କରିବ। ୨୦ଟି ବିଶେଷମାର୍ଗରେ ଏହି ଫ୍ଲାଇଟ୍ଗୁଡ଼ିକ ଚଳାଚଳ କରିବ। ଏଥିସହିତ ଇଣ୍ଡିଗୋ ପକ୍ଷରୁ ରବିବାର ଦିନ ପ୍ରୟାଗରାଜ-ଲକ୍ଷ୍ନୌ ରିଜିଓନାଲ୍ କନେକ୍ଟିଭିଟି ସ୍କିମ୍ (ଆର୍ସିଏସ୍) ମାର୍ଗ ଆରମ୍ଭ କରିବ। ଏହାଛଡ଼ା ୧୬ଟି ବିଶେଷ ବିମାନର ପୁଣିଥରେ ଉଡ଼ାଣ ଆରମ୍ଭ କରିବା ଦିଗରେ କମ୍ପାନୀ ପକ୍ଷରୁ ଯୋଜନା କରାଯାଉଛି। ଏହି ନୂଆ ମାର୍ଗ ଆମ ଘରୋଇ କଲେକ୍ଟିଭିଟିକୁ ବଢାଇବା ସହିତ ନିର୍ଦ୍ଦିଷ୍ଟ ସହିତ ଲୋକଙ୍କ ଭ୍ରମଣ ଚାହିଦାକୁ ମଧ୍ୟ ପୂରଣ କରିବ ବୋଲି ଇଣ୍ଡିଗୋ ମୁଖ୍ୟ ରଣନୀତିକାର ଏବଂ ରେଭେନ୍ୟୁ ଅଫିସର ସଞ୍ଜୟ କୁମାର କହିଛନ୍ତି। ଏହା ଉତ୍ତର, ପୂର୍ବ ଦକ୍ଷିଣ ପଶ୍ଚିମ ସ୍ଥାନଗୁଡ଼ିକ ମଧ୍ୟରେ ଅନ୍ତର ହ୍ରାସ କରି ସଂଯୋଗ ଦୃଢ କରିବ।