Categories: ଜାତୀୟ

ଟିକା ନେଇଥିବା ଯାତ୍ରୀଙ୍କୁ ବିମାନ ଭଡ଼ାରେ ମିଳିବ ରିହାତି

ନୂଆଦିଲ୍ଲୀ,୨୩।୬: ଦେଶରେ ଦୃତ ଗତିରେ ଟିକାକରଣ ପ୍ରକିୟା ଚାଲିଛି। ଏଭଳି ସ୍ଥିତିରେ ଟିକାକରଣକୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ଇଣ୍ଡିଗୋ ବିମାନ କମ୍ପାନୀ ପକ୍ଷରୁ ବଡ ଘୋଷଣା କରାଯାଇଛି। ଟିକା ନେଇଥିବା ଯାତ୍ରୀଙ୍କୁ ଭଡାରେ ରିହାତି ମିଳିବ। ବୁଧବାର ଇଣ୍ଡିଗୋ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ଏହା କୁହାଯାଇଛି।

ଗୋଟିଏ କିମ୍ବା ୨ଟି ଟିକା ନେଇଥିବା ଯାତ୍ରୀଙ୍କୁ ବିମାନ ଟିକେଟ କାଟିବା ବେଳେ ରିହାତି(ଡିସକାଉଣ୍ଟ) ମିଳିବ। ମୋଟ ଭଡା ଉପରେ ୧୦ ପ୍ରତିଶତ ରିହାତି ଦିଆଯିବ। ଏଭଳି ଅଫର ଦେବାରେ ଇଣ୍ଡିଗୋ ଭାରତର ପ୍ରଥମ କମ୍ପାନ

Share