Categories: ବାଣିଜ୍ୟ

ଇଣ୍ଡିଗୋ ଦେବ ୩୦ଲକ୍ଷର ଜରିମାନା

ଭୁବନେଶ୍ୱର,୨୯।୭: ବିଗତ କିଛି ମାସ ହେବ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ଭିନ୍ନ ଭିନ୍ନ ଅଭିଯୋଗ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ନିକଟକୁ ଆସିଥିଲା। ଏପରିକି ଡିଜିସିଏ ବିଭିନ୍ନ ଘଟଣାର ତଦନ୍ତ କରିବା ସହ ଅନେକ ଦୁର୍ବଳତା ଦେଖିବାକୁ ପାଇଥିଲେ। ଫଳରେ ଡିଜିସିଏ କମ୍ପାନୀ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ବିଶେଷକରି ଉକ୍ତ ଜରିମାନା ରାଶି ପୈଠ ସହିତ କମ୍ପାନୀର କାଗଜପତ୍ରକୁ ନେଇ ମଧ୍ୟ କିଛି ଜରୁରୀ ନିର୍ଦ୍ଦେଶ ଡିଜିସିଏ ପକ୍ଷରୁ ଦିଆଯାଇଛି। ସେହିଭଳି କମ୍ପାନୀକୁ ଡିଜିସିଏର ଆବଶ୍ୟକତା ଓଇଏମ୍‌ ମାର୍ଗଦର୍ଶିକା ଅନୁଯାୟୀ ନିଜ ଦସ୍ତାବିଜ ଏବଂ ପ୍ରକ୍ରିୟାରେ ପରିବର୍ତ୍ତନ କରିବାକୁ ମଧ୍ୟ କୁହାଯାଇଛି।

Share